ପୌରାଂଚଳରେ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଂଚଳକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ସକାଶେ ସ୍ଥାନୀୟ ପ୍ରଶାସନ, ବୁଦ୍ଧିଜୀବି ଓ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ପୌରାଂଚଳରେ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ପୌରାଂଚଳ କୋଭିଡ଼ କେୟାର ହସପିଟାଲ ଓ ଆରଏମସି ରାସ୍ତା ଠାରୁ ସୋମପୁର ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ଛାୟା ପ୍ରଦାନକାରୀ ବିଭିନ୍ନ କିସମର ୨ଶହରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା । ଆଗାମୀ ଦିନରେ କେବଳ ହିଞ୍ଜିଳିକାଟୁ ପୌରାଂଚଳରେ ୨ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇ ରୋପଣ ଚାରାର ଯତ୍ନ ନେବା ସକାଶେ ଉପସ୍ଥିତ ଅଧିକାରୀ , ସ୍ୱେଛାସେବୀ ଓ ଜନ ପ୍ରତିନିଧ ମାନେ ଶପଥ କରିଥିଲେ ।

ପରିବେଷ ସୁରକ୍ଷା, ଅମ୍ଳଜାନ ଅଭାବର ଦୂରୀକରଣ ସହ ବୃକ୍ଷରୋପଣର ଆବଶ୍ୟକତା ନେଇ ଜିଲ୍ଲାପାଳ କୁଲାଙ୍ଗେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୌରାଂଚଳ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ( ରିପୋର୍ଟ- ଶେଷଦେବ ସାହୁ)

Exit mobile version