Home ଓଡ଼ିଶା ନିରାକାରପୁର ରେଳବାଇ ଷ୍ଟେସନରେ “ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ” by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ନିରାକାରପୁର ରେଳବାଇ ଷ୍ଟେସନରେ ଏକ ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ କରଯାଇଥିଲା।ଶ୍ରୀ ଏସ୍ ହୋରୋ,ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ବାଣୀଜ୍ୟ ନିରୀକ୍ଷକ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଏକ ଟିମ୍ ନିରାକାରପୁର ରେଳବାଇ ଷ୍ଟେସନ ରେ ଏବଂ ସେହି ଷ୍ଟେସନ ଦେଇ ଯାଉଥିବା ଟ୍ରେନରେ ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ କରିଥିଲେ । ଉପରୋକ୍ତ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ,୮୭ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହେଇଥିଲେ ଏବଂ ଏହି ଯାତ୍ରୀ ମାନଙ୍କ ଠାରୁ ଭଡା ସହିତ ଜୋରିମାନା ଆକାରରେ ୨୯.୭୬୫ ଟଙ୍କା ସଂଗ୍ରହ କରାଯାଇଥିଲା । ନିରାକାରପୁର ଷ୍ଟେସନରେ ଏହି ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ ଯୋଗୁଁ ନିରାକାରପୁର ଏବଂ ନିକଟସ୍ଥ ଷ୍ଟେସନ ଗୁଡ଼ିକରେ କାଉଣ୍ଟରସ୍ ଟିକେଟ୍ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି । ଯେ କୌଣସି ଅସାଧୁ କାର୍ଯ୍ୟ କଳାପକୁ ରୋକିବା ପାଇଁ, ତତ୍କାଲ ଟିକେଟ ସଂରକ୍ଷଣ ବୁକିଂ ଅବଧି ସମୟରେ, ନିରକାରପୁର ଟିକେଟ ବୁକିଂ କାଉଣ୍ଟର ଉପରେ କଡା ନଜର ରଖାଯାଇଥିଲା,ଯାହା ଦ୍ୱାରା କେବଳ ପ୍ରକୃତ ଯାତ୍ରୀମାନେ ତତ୍କାଲ ଟିକେଟର ସୁବିଧା ପାଇପାରିବେ। ପ୍ରକୃତ ଟିକେଟଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏବଂ ରେଳ ରାଜସ୍ୱରେ ହ୍ରାସକୁ ରୋକିବାପାଇଁ, ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ୱାରା ବିଭିନ୍ନ ରେଳ ଷ୍ଟେସନରେ,ଏହି ପ୍ରକାରର ଟିକେଟ୍ ଯାଞ୍ଚ ଅଭିଯାନ କରାଯାଉଛି। ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ’ହେବା ପାଇଁ ଉପଯୁକ୍ତ ଟିକେଟ୍ ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବାପାଇଁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ,ଶ୍ରୀ ଅନୀଲ କୁମାର ଏସ୍. ଯାତ୍ରୀମାନଙ୍କୁ ନମ୍ରତାର ସହିତ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026