୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ୭୬ତମ ଗଣତନ୍ତ୍ର ଦିବସ ଏହି ଅବସରରେ ସାରା ଭାରତ ବର୍ଷରେ ତ୍ରିରଙ୍ଗା ପତାକା ଲହରାଇ ଏହି ଦିବସକୁ ମହା ସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରହେମତ୍ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର କାର୍ଯ୍ୟାଳୟ ଠାରେ ବିଶିଷ୍ଟ ସମାଜସେବୀ ଶୟଦ୍ ଖଲିଲ୍ ହୁସେନ ଏବଂ ଜଟଣୀର ବିଶିଷ୍ଟ ବ୍ୟବସାୟୀ ତଥା ଜଟଣୀ ଥାନା ଛକ
ବ୍ୟବସାୟୀ ସଂଘ ସଭାପତି ରୋହତାସ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଯୌଥ ଭାବେ ପତକା ଉତ୍ତୋଳନ କରି ଭାରତକୁ ବ୍ରିଟିଶ କବଳରୁ ମୁକ୍ତି କରିବାରେ ମହାନ୍ ବିରତ୍ଵ ସେନାନି ସଂଗ୍ରାମୀ ମାନଙ୍କ ଗୁଣଗାନ କରିବା ସହିତ ଜଟଣୀ ହେଉଛି ସେହି ଖୋର୍ଦ୍ଧା ପାଇକ ମାଟି ଯାହାର ଅନତି ଦୂରରେ ଭାରତର ଶେଷ ସ୍ଵାଧୀନ ଦୁର୍ଗ ଅବସ୍ଥିତ ବୋଲି କହିଥିଲେ।