୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ପୁରୀକୁ ପଠାଯାଇଛି । ପରମ୍ପରା ଅନୁଯାୟୀ ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ପ୍ରଥମେ ଦଶପଲ୍ଲାର ମହାବୀର ମନ୍ଦିର ଏବଂ ପରବର୍ତ୍ତୀ ସମୟରେ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ପୁରୀ ଶ୍ରୀମନ୍ଦିର ରଥଖଳାକୁ ପଠାଯାଇଛି । ଆଜି ପ୍ରଥମ ପ୍ରର୍ଯ୍ୟାୟରେ ୩ଟି ଟ୍ରକ ଯୋଗେ ୧୦୧ ଖଣ୍ଡ ଅଶନ,ଧଉରା କାଠ ପଠାଯାଇଛି ।
