୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ମଣ୍ତିରେ ଓ ମାର୍କେଟ ୟାର୍ଡରେ ପର୍ଯ୍ଯାପ୍ତ ପରିମାଣରେ ଧାନ ପଡିରହିଛି । ବିଜୁ ଜନତା ଦଳ ସରକାର ସମୟରେ ଯେପରି ମିଲର୍ସ ମାନେ ମନ ମର୍ଜି ଧାନ ଉଠାଉଥିଲେ, ଚଳିତ ବର୍ଷ ମଧ୍ଯ ମିଲର୍ସ ଙ୍କ ଉପରେ ଧାନ କିଣା ବ୍ଯବସ୍ଥା ନିର୍ଭର କରୁଛି । ପ୍ରତି ଧାନ କ୍ବିଣ୍ଟାଲ ରେ ୨ କେଜି ରୁ ୫ କେଜି ଧାନ କଟନି ଛଟନି ବାଧ୍ଯତା ମୂଳକ କରାଯାଇଛି । ଅନେକ ଚାଷୀ ଙ୍କ ଟୋକନ ଲେପ୍ସ ହେବାରେ ଲାଗିଛି । ଧାନ ଉଠାଇବା ପାଇଁ ବିଭିନ୍ନ ମଣ୍ତିରେ ମିଲର୍ସ ଙ୍କ ଟେକ୍ ଥିବା ସତ୍ବେ ମିଲର୍ସ ମଣ୍ତି ମାନଙ୍କୁ ଗାଡି ପଠାଉ ନାହାଁନ୍ତି । ପ୍ରତି କ୍ବିଣ୍ଟାଲ ରେ ଓଡିଶା ସରକାର ୮ ଶହ ଟଙ୍କା ଚାଷୀଙ୍କୁ ଇନପୁଟ ସବ ସିଡି ଦେଉଥିବା କାରଣରୁ ଚାଷୀ ମାନେ ଏ ବର୍ଷ ବେଶୀ ପ୍ରତିକ୍ରିୟାଶୀଳ କିମ୍ବା ଆନ୍ଦୋଳନ ଆଡକୁ ମୁହାଉ ନାହାନ୍ତି ।
