ଛବିରାଣୀ ହତ୍ୟାକାଣ୍ଡ ମାମଲା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ; ଦୌରା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ପରଲୋକ

ଓଡିଶା ତାଜା ନ୍ୟୁଜ୍ ( ୨୫ ଅଗଷ୍ଟ ମଙ୍ଗଳବାର ) କେନ୍ଦ୍ରାପଡ଼ା :୧୯୮୦ ଦଶକର ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ତତ୍କାଳୀନ କଟକ ଦୌରା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ଆଜି ପରଲୋକ ହୋଇଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ସନମଙ୍ଗଳା ସ୍ଥିତ ବାସଭବନରେ ଆଜି ଅବସର ପ୍ରାପ୍ତ ଜିଲ୍ଲା ଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱର୍ଗତ କର ଛବି ରାଣୀ ହତ୍ୟା ଘଟଣାରେ ଶୁଣାଣି କରି  ଦୋଷୀ ମାନକୁ ମୃତ୍ୟୁ ଦଣ୍ଡ ଶୁଣାଇ ଥିଲେ ।

Exit mobile version