ସାତ ଦିନ ପରେ ଅଗ୍ନି ବିପର୍ଣ୍ଣଙ୍କ ନିକଟରେ ପହଁଚିଲେ – ବାଚସ୍ପତି

୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ରଣପୁର  :-  ଗତ ୨୦ /୧/୨୫ ମଧ୍ଯ ରାତ୍ରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସରରେ କୌଣସି କାରଣରୁ ନିଆଁ ଲାଗି ପ୍ରାୟ ଛଅଟି ପାରିବାର, ବିଶ୍ଵନାଥ ନାୟକ, ପଦ୍ମଚରଣ ନାୟକ, ବସନ୍ତ ନାୟକ, ଜଗନ୍ନାଥ ନାୟକ, ରଙ୍କନିଧୀ ସ୍ବାଇଁ, କନକ ବେୱା ଙ୍କ ପ୍ରାୟ ଆଠରୁ ଦଶ ବଖରା ପୋଡ଼ିଯାଇ ଧାନ, ଚାଉଳ, ଆସବାବ ପତ୍ର, ଟଙ୍କା, ଘରୋଇ କାଗଜ ପତ୍ର, ସାଇକେଲ ଆଦି ପୋଡିଯାଇ ଥିଲା,

ଏ ସଂକ୍ରାନ୍ତରେ ଅନେକ ଖବର କାଗଜ ସହ ଡିଜିଟାଲ ମିଡିଆ ରେ ଖବର ପ୍ରସାରଣ ହୋଇ ଥିଲା । ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ, ନିଜର କର୍ମ ମୟ ଜୀବନରୁ ଟିକେ ସମୟ ବାହାର କରି , ବିଳମ୍ବ ହେଲେବି ସାତ ଦିନ ପରେ ଆଜି ସୋମବାର ୨୭ ତାରିଖ ସଂଧ୍ୟା ରେ ଦଳୀୟ କର୍ମୀ ରଞ୍ଜିତ ପରିଡା , ସୁନାଖଳା ସରପଞ୍ଚ ଚିତ ରଂଜନ ପରିଡ଼ା, ସମିତି ସଭ୍ୟ ତପନ,

ପୁର୍ବତନ ଲୋଧାଚୁଆ ସରପଞ୍ଚ, ସୁଭଲକ୍ଷ୍ମି ରାଇସ ମିଲ ଅଧ୍ୟକ୍ଷ ସମ୍ବିତ କୁମାର ସାହୁ ଙ୍କ ସହ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ଭଲ ମନ୍ଦ ବୁଝି ଥିଲେ । ସ୍ଥାନୀୟ କୁଳାସର ଗ୍ରାମର ନାଏବ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ, ଶିବ ପ୍ରସାଦ ସାହୁ, ବିନୋଦ ନାୟକ, ରଂଜିତ କୁମାର ସାହୁ, ଅଭୀନ କୁମାର ସାହୁ , ସାଗର ସାହୁ, ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ସାହୁ, ଆଦି ଗ୍ରାମ ବାସି ମାନଙ୍କ ଉପସ୍ଥିତରେ ଆଣିଥିବା ଚାଉଳ, ଡାଲି ଓ କମ୍ବଳ ଆଦି ବିପନ୍ନ ପରିବାରଙ୍କୁ ବଣ୍ଟନ କରିଥଲେ ।

Exit mobile version