ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ର ଇଣ୍ଡୋର ହଲ ଠାରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ର ଶୁଭାରମ୍ଭ କଲେ ପାରଳାଖେମୁଣ୍ଡି ବିଧାୟକ

୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମର ଇଣ୍ଡୋର ହଲ ଠାରେ ବରିଷ୍ଠ ନାଗରୀକଙ୍କ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଅଛି ଏଥିରେ ମାନ୍ୟବର ପାରଳା ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଜନାର ଶୁଭ ଉଦଘାଟନ କରିବାସହ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ l

ସେହିପରି ଭାବେ ତୀର୍ଥ ଯାତ୍ରୀ ମାନଙ୍କୁ ବିଧାୟକ ନିଜ ହସ୍ତରେ ଉପହାର ପ୍ରଦାନ କରିଥିଲେ ଏହି ଶୁଭ ଉଦଘାଟନରେ ବିଧାୟକ ସମେତ ଜ଼ିଲ୍ଲାପରିଷଦ ଅଧକ୍ଷ ଜି.ତିରୁପତି ରାଓ, ପୌରପରିଷଦ ଅଧକ୍ଷା ନିର୍ମଳା ସେଠୀ,ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜେନ୍ଦ୍ର ମିଂଜ଼ ପ୍ରମୁଖ ଉପସ୍ଥିତ ଥିଲେ l 

Exit mobile version