Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଜାତୀୟ ଉତ୍ସବରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନ ର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ରେ ଅବିଭାଦନ ଗ୍ରହଣ କରିଥିଲେ । ତାଙ୍କର ଅଭିଭାଷଣରେ କହିଥିଲେ ଯେ ଆମ ସମ୍ବିଧାନ ବିଶ୍ଵର ସର୍ବ ବୃହତ୍ ଅଟେ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ କରାଗଲା । ଏହି ଦିନକୁ ଅମେ ସାଧାରଣତନ୍ତ୍ର ଦିବସ ବାଭାରେ ପାଳନ କରୁଛେ । ଦେଶର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସମାନତା ଓ ସମସ୍ତଙ୍କୁ ମୌଳିକ ଅଧିକାର ପ୍ରଦାନ କରାଗଲା। ଅମା ସମ୍ବିଧାନ ପ୍ରଣେତା ଡ଼ଃ.ଭୀମରାଓ ଆମ୍ବେଦକର ଙ୍କ ନେତୃତ୍ବରେ ୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ କରାଗଲା । ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଘୋଷଣା କଲା। କଳା, ସାହିତ୍ୟ, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଆଦିଭୂମି, ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି ଗଜପତି। ଏହି ମାଟିର ସୁଯୋଗ୍ୟ ସନ୍ତାନ ପରାଳ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଗଣତନ୍ତ୍ର ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା, ଆଦିବାସୀ ବହୁଳ ଏଵଂ ସବୁ ଧର୍ମକୁ ସମନ୍ୱୟ ରଖିଥିବା ଏହି ଜିଲ୍ଲା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବହୁ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆମ ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାରୁ ରାଜ୍ୟ ସରକାର ସେମାନଙ୍କର ଉନ୍ନତି ପାଇଁ ଜିଲ୍ଲାସ୍ତରରେ ସମନ୍ୱୟ ଆଦିବାସୀ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରିଛନ୍ତି। ସେମାନଙ୍କର ଉନ୍ନତି ପାଇଁ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସହଜରେ ଉପଲବ୍ଧି ପାଇଁ ସେରଙ୍ଗରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଏବଂ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। ସେହିପରି ଜିଲ୍ଲାରେ ମିଶନ ଶକ୍ତି ଦ୍ବାରା ସ୍ଵୟଂ ସହାୟିକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ବିଭିନ୍ନ ଜାଗାରେ କାଫେ ପ୍ରତିଷ୍ଠା କରାଯାଇ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଯାଉଅଛି । ଜିଲ୍ଳାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,କୃଷି ଓ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କାର୍ଯ୍ୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି ବୋଲି କହିଥିଲେ । ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ.ଆନନ୍ଦ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ,ଉପ ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କୁମାର ମହାନ୍ତି,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତ୍ରିପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜିର ଏହି ଉତ୍ସବରେ ଜିଲ୍ଲାର ,ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କ୍ରୀଡାବିତ ,କର୍ମଚାରୀ ଓ ସେଚ୍ଛାସେବୀ ର କର୍ମକର୍ତ୍ତା ମାନଙ୍କୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ସେହିପରି ଏନସିସି ବିଭାଗ ପ୍ୟାରେଡ ପ୍ରତିଯୋଗିତା ରେ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଜାଙ୍କ ବାଳକ ବିଦ୍ୟାଳୟ ଛାତ୍ରମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସିଭିଲିୟାନ୍ ରେ ସେଣ୍ଟ ଯୋଜବ୍ କନ୍ ଭେଣ୍ଟ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମର କୁ ଅଧିକ ରୋମାଞ୍ଚକ କରିବା ପାଇଁ ବିଭନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରଯାଇଥିଲା।ଆଜିର ପ୍ୟାରେଡରେ ଶ୍ରୀ ନିରଞ୍ଜନ ନାୟକ, ଆର୍.ଆଇ. ଅଫ୍ ପୋଲିସ୍, ପରିଚାଳନା କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିଲା ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026