Home ଓଡ଼ିଶା ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ଅଭିବାଦନ ଗ୍ରହଣ କଲେ – ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ମହେଶ ରାହାଙ୍ଗ୍ଲେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ୮.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେଡ୍ କମାଣ୍ଡର ଶ୍ରୀ ଶୁଭମ୍ ଭୋସଲେ ପ୍ୟାରେଡ୍ ପରିଚାଳନା କରିଥିଲେ । ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ୍ କୁମାର ନାୟକ ଏବଂ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ଜେନା ପ୍ୟାରେଡ୍ ପରିଚାଳନାରେ ସହାୟତା କରିଥିଲେ । ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୭ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୬ଟି ବେସାମରିକ ଦଳ ସମୁଦାୟ ୪୩ଟି ଦଳ ମିଳିତ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡ୍ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଟକ ଚୌଦ୍ୱାର ସଂଗୀତ କଳା ସଂସଦ ପକ୍ଷରୁ ପାରମ୍ପରିକ ଘୋଡ଼ାନାଚ, ରାୟଗଡ଼ା ଜିଲ୍ଲା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ ଦ୍ୱାରା ଜନଜାତିମାନଙ୍କ ଢେମ୍ସା ନୃତ୍ୟ, କେନ୍ଦୁଝର ଜିଲ୍ଲାର ଆଦିମ ସଂସ୍କୃତି ସଂଗଠନ ପକ୍ଷରୁ ହୋ-ମୁଣ୍ଡା ନୃତ୍ୟ ଓ ସମ୍ବଲପୁରର ରଙ୍ଗଫରୁଆ ସଂଗଠନର କଳାକାରବୃନ୍ଦଙ୍କ ଦ୍ୱାରା ସମ୍ବଲପୁରୀ ଢାପ୍ ବଜନିଆଁ ନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁUକର କରିଥିଲା । ଏହା ପରେ ‘ସମୃଦ୍ଧ ଓଡ଼ିଶା-ଐତିହ୍ୟ ଏବଂ ବିକାଶ’ର ବାର୍ତ୍ତର୍ା ବହନ କରୁଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । ମହିଳା ଓ ଶିଶୁ ବିକାଶ (ସୁଭଦ୍ରା), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆୟୁଷ୍ମାନ ଆରୋଗ୍ୟ ମନ୍ଦିର), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (ଭୌଗୋଳିକ ସୂଚକାଙ୍କ ମାନ୍ୟତାପ୍ରାପ୍ତ ଉତ୍ପାଦ), ମିଶନ ଶକ୍ତି ବିଭାଗ (ଉଦ୍ୟୋଗିତା ମାଧ୍ୟମରେ ମହିଳା ସଶକ୍ତିକରଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ସମୃଦ୍ଧ କୃଷକ ଯୋଜନା), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଗ୍ରାମୀଣ ବିକାଶ କ୍ଷେତ୍ରରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ (ଉନ୍ନତ ସହରାଞ୍ଚଳ ପରିବହନ ବ୍ୟବସ୍ଥା), ଦକ୍ଷତା ବିକାଶ ଏବଂ ବୈଷିୟକ ଶିକ୍ଷା ବିଭାଗ (ଦକ୍ଷତା ବୃଦ୍ଧି କ୍ଷେତ୍ରରେ ପାରଦର୍ଶିତା), ପର୍ଯ୍ୟଟନ ବିଭାଗ (ଐତିହ୍ୟ ଓ ପରିବେଶ ପର୍ଯ୍ୟଟନ), ବାଣିଜ୍ୟ ଓ ପରିବହନ ବିଭାଗ (ମଲଫିମୋଡ଼ାଲ ସଂଯୋଗ-ପରିବର୍ତ୍ତନଶୀଳ ଯାତ୍ରା) ଓ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗ (ମହାସାଗରରୁ ଟେବୁଲ୍ ପର୍ଯ୍ୟନ୍ତ..ଓଡ଼ିଶା ଚିଙ୍ଗୁଡ଼ିର ଯାତ୍ରା) ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । ଏହି ଭବ୍ୟ ସମାରୋହରେ ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରିୟଙ୍କା ମାର୍ଣ୍ଡି ଉପସ୍ଥିତ ଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଶ୍ରୀ ସୁରେନ୍ଦ୍ର କୁମାର, ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଶାସନ ସଚିବ, ବରିଷ୍ଠ ପୋଲିସ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍ ସାହୁ ଓ ଶ୍ରୀ ବିନାୟକ ମିଶ୍ର ରାଜ୍ୟସ୍ତରୀୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଧାରାବିବରଣୀ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026