ଭୀମେଶ୍ୱର ମନ୍ଦିର ପାର୍କ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ

୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରବିବାର ଦିନ ସକାଳ ୮ଘଟିକା ସମୟରେ ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସର ମଧ୍ଯରେ ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଂଘର ଅନ୍ୟତମ ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ନାୟକ ଜାତୀୟ ପତକା ଉନ୍ମୋଚନ କରିଥିଲେ। ବଂଶୀଧର ପଣ୍ଡା ଭାରତର ସମ୍ବିଧାନ ସଂପର୍କରେ ବିଷଦ ଦ୍ଭାବରେ ବୁଝାଇଥିଲେ ।

ଅନ୍ୟମାନଙ୍କ ମଧ୍ଯରେ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ହରିଚନ୍ଦନ, ବିନୋଦ ବିହାରୀ ପଲାଇ, ବିଷ୍ଣୁଚ଼ରଣ ପ୍ରଧାନ, ବସନ୍ତ କୁମାର ନାୟକ, ଶଙ୍କର ମହାପାତ୍ର, ବିଶ୍ୱନାଥ ବେହେରା, ହୃଦାନନ୍ଦ ଦାସ,ସୀତାଂଶୁ ଶେଖର ବାବୁ, ପ୍ରଶାନ୍ତ କୁମାର ମୁଦୁଲି, କଳ୍ପତରୁ ସାମନ୍ତରା, ଧ୍ରୁବ ଚରଣ ପାତ୍ର, ଜଳଧର ଧଳ,ନିରଞ୍ଜନ ମିଶ୍ର, ମୂରଲୀଧର ସାହୁ, ପ୍ରଫୁଲ୍ଲ ଚ଼ନ୍ଦ୍ର ସାହୁ, ଉଷାରାଣୀ ମହାନ୍ତି, ସୁନୀତା ପଟ୍ଟନାୟକ, ମାମା ସାହୁ,ତିଳୋତ୍ତମା ମହାନ୍ତି, କଳ୍ପନା ପଟ୍ଟନାୟକ, ପଙ୍କଜିନି ପାତ୍ର ପ୍ରମୁଖ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ । ଶେଷରେ ସଂଘର ସାଧାରଣ ସଂପାଦକ କାମଦେଵ ରଣସିଂହ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ ।

Exit mobile version