Home ଓଡ଼ିଶା ବିକଶିତ ଭାରତର ୭୬ ତମ ଜନରାଜ୍ୟ ଦିବସ ରବିବାର ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜନରାଜ୍ୟ ଦିବସ ଉତ୍ସବ ମୁଖର ୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ବିଶ୍ଵର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ତଥା ବିକଶିତ ଭାରତର ୭୬ ତମ ଜନରାଜ୍ୟ ଦିବସ ରବିବାର ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ବିଧାୟକଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, କାଉନସିଲର ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଗହଣରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ,ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର ଭିକାରୀ ସାହୁ,ହିଞ୍ଜିଳି ଥାନାରେ ଆଇଆଇସି ଶ୍ରୀନିବାସ ସେଠୀ,ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପରେ ସିଡିପିଓ ଗାଙ୍ଗୀ ସୁବୁଦ୍ଧି,କୃଷି ବିଭାଗରେ ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠୀ , ଜଳ ସମ୍ପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ, ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, କ୍ଷୁଦ୍ର ଜଳ ସେଚନ ବିଭାଗରେ ଇଂ ବିନ୍ଦୁ ସାଗର ପଣ୍ଡା,ଉପଖଣ୍ଡ ଚିକିତ୍ସାଳୟରେ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଅବକାରୀ ଥାନାରେ ଉପ ନିରୀକ୍ଷକ ସୁମିତ୍ରା ବିଶି, ଅଗ୍ନିଶମ ବିଭାଗରେ କେନ୍ଦ୍ର ଅଧିକାରୀ ବାଗରାଇ ମୂର୍ମୁ,ଗ୍ରାମ୍ୟ ଉନ୍ନୟନ ଉପ ବିଭାଜନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢ଼ୀ, ଗ୍ରାମ୍ୟ ଜଳ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟରେ ଇଂ ସନ୍ତୋଷ କୁମାର ଦାଶ, ଦେୱାନୀ ଓ ଫୌଜଦାରୀ ଅଦାଲତରେ ସବଜର୍ଜ ଅବକାଶ ଚୌଧୁରୀ ଓ ହିଞ୍ଜିଳିକାଟୁ ରାଧାକୃଷ୍ଣ ପରିବା ବ୍ୟବସାୟୀ ସଂଘ ସଦସ୍ୟଙ୍କ ଗହଣରେ ସଭାପତି ଅନିଲ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସ୍ଵାଧୀନ ଭାରତର ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ତ୍ୟାଗ, ଦେଶ ଭକ୍ତି, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ମହାତ୍ମା ଗାନ୍ଧୀଙ୍କ ଭଳି ମହା ମନିଶିଙ୍କ ବଳିଦାନ ଓ ଦେଶର ଅଖଣ୍ଡତା ପ୍ରତି ଅନୁପ୍ରାଣିତ ହୋଇ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜ କର୍ତ୍ତବ୍ୟ ସମ୍ପାଦନ ଓ ଭୂମିକା ଆଦି ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ ପ୍ରତିନିଧି , କାର୍ଯ୍ୟ ନିର୍ବାହୀ ଅଧିକାରୀ,ଶିକ୍ଷାର୍ଥୀ,କର୍ମଚାରୀ ପ୍ରମୁଖ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ଭାରତ ମାତାର ଜୟଗାନ ଓ ଜାତୀୟ ସଙ୍ଗୀତ ଗାନ କରି ଜନରାଜ୍ୟ ଦିବସକୁ ଉତ୍ସାହର ସହ ପାଳନ କରିଥିଲ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026