ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କଲେ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ

୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର. ଉଦୟଗିରି :- ରବିବାର ଦିନ ମାନନୀୟ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ରା,ଉଦୟଗିରି ବ୍ଲକର ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଛାତ୍ର ଛାତ୍ରୀମାନେ ଦେଶର ଭବିଷ୍ୟତ ନାଗରିକ l

ମହାପୁରୁଷ ମାନଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧ୍ୟୟନ କଲେ ଭବିଷ୍ୟତରେ ସୁନାଗରିକ ହୋଇ ପାରିବେ ବୋଲି ବିଧାୟକ ମତ ରଖିଥିଲେ l କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

Exit mobile version