୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ମାଘ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ଉତ୍କଳ ବିଦ୍ଵତ ପରିଷଦ ଆନୁକୁଲ୍ୟରେ ୪ର୍ଥ ଥର ପାଇଁ ସମୁହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |୨୧ ଜଣ ବ୍ରାହ୍ମଣ ବାଳକଙ୍କର ନିଶୁଳ୍କ ବ୍ରତୋପନୟନ ଉତ୍କଳ ବିଦ୍ଵତ ପରିଷଦ ଆନୁକୁଲ୍ୟରେ ପାରମ୍ପାରିକ ରୀତି ନୀତି ସହ ମହାଆଡମ୍ବରେ ସମ୍ପନ୍ନ ହୋଇଛି । ଏହି ପବିତ୍ର କାର୍ଯ୍ୟକ୍ରମ ପୁରୀ ଗୁଣ୍ଡିଚା ଭକ୍ତ ନିବାସରେ ଅନୁଷ୍ଠିତ ହୋଇଯାଇଛି ।

