ବିରିଡି ଅଞ୍ଚଳରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଜଗତସିଂହପୁର :- ବିରିଡି ବ୍ଲକ ପକ୍ଷରୁ ରବିବାର 76 ତମ ସାଧାରଣ ତନ୍ତ୍ର ଦିବସ ବ୍ଲକ ପରିସରରେ ପାଳିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଵୟୋ ଜ୍ୟଷ୍ଠ ପୂର୍ବତନ ସରପଞ୍ଚ ଦିବାକର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ଆକାଉଣ୍ଟସ ଅଫିସର ପ୍ରଫୁଲ କୁମାର ସ୍ୱାଇଁ, କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ,

କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ନନ୍ଦ, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, କାଳନ୍ଦୀ ଚରଣ ବସ୍ତିଆ, ପୁଷ୍ପ ପ୍ରକାଶ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ବିରିଡି ପ୍ରାଥମିକ ଓ ଉଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l

ସେହିପରି ବ୍ଲକର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ବିଭିନ୍ନ ସଂଗଠନ, ବିଜେଡି କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l

Exit mobile version