୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୋଏଡ଼ା/ନୂଆଦିଲ୍ଲୀ :- ନୋଏଡ଼ାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପ୍ରାଣ ପ୍ରତିଷ୍ଠା ମହୋତ୍ସବକୁ କେନ୍ଦ୍ର କରି ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ନୋଏଡ଼ାର ୧୨୧ ନମ୍ୱର ସେକ୍ଟରଠାରେ ନବ ନିର୍ମିତ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ ୨୯ ତାରିଖରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଲକ୍ଷାଧିକ ଭକ୍ତଙ୍କର ସମାଗମରେ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଠାକୁର ଶ୍ରୀ ସୁଦର୍ଶନଙ୍କର ବିଗ୍ରହମାନଙ୍କରେ ପ୍ରାଣ ସଂସ୍ଥାପନ କରାଯିବ ବୋଲି ମନ୍ଦିରର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତି ସୂତ୍ରରୁ ପ୍ରକାଶ ।

