୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ପଡିଆ ବ୍ଲକର ପଡିଆ ବି ଏସ ଏଫ୍ କ୍ୟାମ୍ପ ଠାରେ ବ୍ଲକସ୍ତରୀୟ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପରାମର୍ଶ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧୂକାରୀ ଶ୍ରୀ ଉପେନ୍ଦ୍ର ଦୀପ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହେଶ ଶର୍ମା ଉପ କମାଣ୍ଡାଣ୍ଡ ବି ଏସ ଏଫ୍ 2 ବାଟାଲିନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ଉପରେ ପ୍ରେରଣାଦାୟକ ଭାଷଣ ଦେଇଥିଲେ । ଶ୍ରୀ ପ୍ରଶାନ୍ତ ଦାସ ଉଜ୍ଜ୍ବଳ ମଣ୍ଡଳ ବିଏସଏଫ ଇନ୍ସପେକ୍ଟର ଶ୍ରୀ ହରିଶ୍ ରୂପାଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

