ଗୌଡ ସାହି ରେ ଏକ ବୁଲା କୁକୁରକୁ ପିଟି ପିଟି ହତ୍ୟା କରିଥିବା ଭିଡିଓ ଭାଇରାଲ୍ ୩ ଭାଇଙ୍କ ନାଁ ରେ ମକଦ୍ଦମା ରୁଜୁ – ପାରଳାଖେମୁଣ୍ଡି


ଓଡିଶା ତାଜା ନ୍ୟୁଜ୍ ( ୨୫ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଏକ ବୁଲା କୁକୁରକୁ ନିର୍ମମ ପିଟି ପିଟ ହତ୍ୟା କରିଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା ଏହା ପରେ ପାରଳାଖେମୁଣ୍ଡି ପୋଲିସ ଖୋଳତାଡ଼ କରି କୁକୁରକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗୌଡ ସାହିର ୩ଭାଇ ଙ୍କୁ ଚିହ୍ନଟ କରି ସେମାନଙ୍କ ନାମରେ ଏକ ମକଦ୍ଦମା ରୁଜୁ କରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ସହରର ବାଟଗୌଡ ସାହି ଠାରେ ଗତ ୨୦ ତାରିଖ ଦିନ ୩ଜଣ ଭାଇ ମିଳିତ ଭାବେ ଏକ ବୁଲା କୁକୁରକୁ ପିଟି ପିଟି ହତ୍ୟା କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

ଏହାକୁ ନେଇ ବିଭିନ୍ନ ମହଲରେ ଲୋକେ ପ୍ରତିକ୍ରୀୟା ପ୍ରକାଶ କରିବା ସହ ଘଟଣାଟିକୁ ନିନ୍ଦା କରିଥିଲେ । ଏହି ଭିଡିଓ ଭାଇରଲକୁ ନେଇ ପାରଳା ଖେମୁଣ୍ଡି ଆଦର୍ଶ ଥାନାରେ ବୁଲା କୁକୁରକୁ ମାଡ ମାରିଥିବା ଅଭିଯୋଗରେ ଗୋଟିଏ ପରିବାରର ୩ଭାଇଙ୍କ ନାମରେ ମକଦ୍ଦମା ରୁଜୁ ହୋଇଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏ ଘଟଣା କୁ ନେଇ ସୂଚନା ଦେଇଛନ୍ତି ଯେ କୁକୁରକୁ ପିଟି ପିଟି ହତ୍ୟା କରିଥିବା ଘଟଣାରେ ପାରଳା ଥାନାରେ କେସ୍ ନଂ ୧୯୫/୨୦ରେ ମକଦ୍ଦମା ରୁଜୁ କରାଯାଇଛି ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୩ଭାଇଙ୍କୁ ୪୧ଏ ଧାରାରେ ନୋଟିସ୍ ଜାରି କରାଯାଇଛି l ଘଟଣାର ତଦନ୍ତ ଜାରି ରହିଛି l (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version