ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ପିତୃମାତୃ ପୂଜନ ଦିବସ ଓ ବାର୍ଷିକ ଉତ୍ସବ

୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା  :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ପିତୃମାତୃ ପୂଜନ ଦିବସ ଓ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଶିଷ୍ଟ ପ୍ରବଚକ ଇଂଜିନିୟର ସନ୍ୟାସୀ ଜି , ଉଦ୍ଘାଟକ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୟୋଳନ କରି ଶୁଭାରମ୍ଭ କରିଥିଲାବେଳେ ଏଥିରେ ମୂଖ୍ୟ ବକ୍ତା ଭାବେ ଶିକ୍ଷାଧିକାରୀ ବିଜୟ କୁମାର ବେହେରା,

ଏବଂ ସମ୍ମାନୀତ ଅତିଥିଭାବେ ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର ଏବଂ ପରିଚାଳନା କମିଟିର ସଭାପତି ବିଜୟ କୁମାର ବେହେରା, ବିଦ୍ୟାଳୟର ଅଧ୍ୟାପିକା ଶୈଳବାଳା ମେକାପ ଯୋଗ ଦେଇ ପିତୃ ମାତୃ ପୁଜନର ମହାନତା ସମ୍ପର୍କରେ ମତ ପ୍ରକାଶ କରିବା ସହ ଏହି ପିତୃମାତୃ ପୂଜନ କାର୍ଯ୍ୟକ୍ରମ ପତ୍ୟକ୍ ଶିକ୍ଷାନୁଷ୍ଠାନରେ ପାଳନ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁମନ୍ତ କୁମାର ସ୍ୱାଇଁ,

ମୁଖ୍ୟ ବକ୍ତା ଭାବେ ,ବାଲିପାଟଣା ପ୍ରେସ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା, ଏବଂ ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ଯାଦୁକର ବିଧୁଭୂଷଣ ନାୟକ ଯୋଗ ଦେଇ ଚିତ୍ତାକର୍ଷକ ଯାଦୁଖେଳ ପ୍ରଦର୍ଶନ କରିଥିବାବେଳେ ସମାଜସେବୀ ମାଗୁଣି ଚରଣ ସେଠୀ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥିମାନେ ଯୋଗ ଦେଇ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତୀ ଛାତ୍ର ଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ ପ୍ରଦାନ କରିଥିଲେ,

ପରିଚାଳନା କମିଟିର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ବିବରଣୀ ପାଠ କରିଥିଲାବେଳେ ଏଥିରେ ଆଡଭୋକେଟ ଅବଦୁଲ୍ ବାରି ମଞ୍ଚ ପରିଚାଳନା କରିଥିଲେ, ଶେଷରେ ଶିକ୍ଷକ ଘନ ଶ୍ୟାମ ଖଟେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା , ଏହି ଉତ୍ସବକୁ ବିଦ୍ୟାଳୟର ମଧୁସ୍ମିତା ସାହୁ,

ଜ୍ୟୋତିର୍ମୟୀ ସାହୁ, ଅନିତା ନନ୍ଦୀ,ସୋର୍ଣ୍ଣଲତା ସାହୁ, ରଞ୍ଜନା ସାହୁ, ସରସ୍ଵତୀ ସାହୁ, ଅଭିଲିପ୍ସା ସେନାପତି, ଶୁଭସ୍ମିନୀ ମାଣିକ, ଟୁନା ପୃଷ୍ଟି, ବର୍ଷା ପଟ୍ଟନାୟକ, ସସ୍ମିତା ରାଉତ, ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ସମେତ ପ୍ରଦୀପ୍ତ କୁମାର ପାତ୍ର, ଟୁଲୁ ସାହୁ, ପ୍ରତାପ ଚନ୍ଦ୍ର ସାହୁ, ରବି ସାହୁ, ଦୈତାରି ସାହୁ, ରବିନା ସାହୁ, ଟିକିନା ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version