ପାରଳାଖେମୁଣ୍ଡି ଥାନାରେ ୮୦ ଲିଟର ଦେଶୀ ମଦ ଓ ୬୮ ଲିଟର ବିଦେଶୀ ମଦ ବୋତଲ ଜବତ

ଓଡିଶା ତାଜା ନ୍ୟୁଜ୍ ( ୨୫ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ପୁରୁଣା ଫାଇର ଷ୍ଟେସନ ଛକ ଓ ସୀଙ୍ଗିପୁର ଛକ ନିକଟରେ ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ ୮୦ ଲିଟର ଦେଶୀ ମଦ ଓ ୬୮ ଟି ବିଦେଶୀ ମଦ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏକ ସ୍କୁଟିରେ ଜଣେ ବ୍ୟକ୍ତି ବିଭୁଦାନ ପରିଚ୍ଛା ୮୦ ଲିଟର ଦେଶୀ ମଦ ଚୋରା ଚାଲାଣ କରୁଥିବାବେଳେ ତାଙ୍କୁ ସୀଙ୍ଗିପୁର ଛକରେ ପାରଳାଖେମୁଣ୍ଡି ପୋଲିସ ଥାନାର ଏସ୍‌.ଆଇ. ବିନାୟକ ମନ୍ତ୍ରୀ ସନ୍ଦେହରେ ପଚରା ଉଚରା କରି ତାକୁ ଗିରଫ କରି ମଦକୁଜବତ କରିଥିଲେ ।

ଏହି ମାମଲାଟିକୁ ଏ.ଏସ୍‌.ଆଇ ଲକ୍ଷ୍ମୀ ନାରାୟଣ ବେହେରା ତଦନ୍ତ କରୁଛନ୍ତି । ଏହି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଗଲା ଏ ନେଇ ୧୯୦/୨୦ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ପୁରୁଣା ଫାୟର ଷ୍ଟେସନ ଛକ ଠାରେ ପୋଲିସ ଦ୍ୱାରା ୬୮ ଗୋଟି ବିଦେଶୀ ମଦ ବତୋଲ ଚୋରା ଚାଲାଣ ବେଳେ ଜବତ ହୋଇଛି । ଏହି ଘଟଣାରେ ପୂର୍ଣ୍ଣଚନ୍ଦ୍ର ବକ୍ସି ନାମ ଜଣେ ବ୍ୟକ୍ତି ବିଦେଶୀ ମଦ ଚୋରା ଚାଲାଣ କରୁଥିବାବେଳେ ତାଙ୍କୁ ଆଦର୍ଶ ଥାନା ପକ୍ଷରୁ ଗିରଫ କରାଯାଇଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧୮୭/୨୦ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି l ତଦନ୍ତ ଜାରୀ ରହିଛି l (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version