ଆଜି ଦିନିକିଆ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗିରି  ଗସ୍ତ ରେ ଆସି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣିମନ୍ତ୍ରୀ

୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାୟଗଡ଼  :- ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି କମିଟି ବିକାଶ ମୂଳକ କାର୍ଯ୍ୟର ସମିକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଜିଲ୍ଲାପାଳ ଗଜପତି, ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା,ଆରକ୍ଷୀ ଅଧିକ୍ଷକ ଗଜପତି, ଶ୍ରୀ ଏସ.ଆନନ୍ଧ, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି, ପ୍ରମୁଖ ମଞ୍ଚାସିନ ଥିଲେ। ପବିତ୍ର ମହେନ୍ଦ୍ରଗିରି ପର୍ବତ ରେ ଅଧିକରୁ ଅଧିକ କିପରି ବିକାଶ ହୋଇପାରିବ ସେ ନେଇ ସ୍ଥାନୀୟ ସମସ୍ତ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଇଛି ।

ମହେନ୍ଦ୍ର ଗିରି ପର୍ଯ୍ୟଟନ ସ୍ଥଳୀରେ ଦେଶ ବିଦେଶର ବହୁ ପର୍ଯ୍ୟଟକ ଆସୁଛନ୍ତି । ଏଣୁ ଏହି ପବିତ୍ର ମହେନ୍ଦ୍ରଗିରି ର ବିକାଶ କରିବା ସମସ୍ତଙ୍କର କର୍ତ୍ତବ୍ୟ ରହିଛି l ଏହି ପର୍ବତରେ ବହୁ ଔଷଧୀୟ ବୃକ୍ଷ ରହିଅଛି,ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମହେନ୍ଦ୍ରଗିରି ପର୍ବତର ଅଧିକ ରୁ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ମତ ପୋଷଣ କରିଛନ୍ତି । ସେହିପରି  ବିକାଶ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି  ଗଠନ କରାଯିବ, ଏହି କମିଟିରେ ସ୍ଥାନୀୟ ଅଧିବାସୀଙ୍କୁ ପ୍ରାଧାନ୍ୟ ଦିଆଯିବ ।

ଏହି ପବିତ୍ର ମହେନ୍ଦ୍ରଗିରି ପର୍ବତରେ ଯୋଗୀ ଋଷି ମାନଙ୍କ ପାଇଁ ଏକ ଆଶ୍ରମ କରାଯିବ । , ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ମହେନ୍ଦ୍ରଗିରିର ଐତିହାସିକ ବିଷୟବସ୍ତୁ ସ୍ଥାନିତ ହେବ ଏବଂ ପର୍ଯ୍ୟଟକଙ୍କ ପାଇଁ ଅତ୍ୟାଧୁନିକ ପାର୍କ ବ୍ୟବସ୍ଥା କରାଯିବ । ସେହିପରି ପର୍ଯ୍ୟଟନ କୁ ପ୍ରାଧାନ୍ୟ ଦେବାପାଇଁ କେବୁଲ ପରିବହନର ରୋପୱେ ଟାୱାର ସ୍ଥାପନ କରାଯିବ । ଭୀମ ମନ୍ଦିର ଠାରୁ ଦାରୁବ୍ରହ୍ମ ପର୍ଯ୍ୟନ୍ତ ଅଭିନବ ସ୍ଲ ଟ୍ରେନ୍ ର ଚଳା ଚଳ ପାଇଁ ନୁତନ ପଦକ୍ଷେପ ନିଆଯିବ । ଯୁଧିଷ୍ଟିର ମନ୍ଦିର ନିକଟରେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ଦେଖିବା ପାଇଁ ଏକ ଗ୍ୟାଲୋରି ନିର୍ମାଣ କରାଯିବ । 

ବୁରୁଖତ ରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକର ବ୍ୟବସ୍ଥା କରାଯିବ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ଅଭିନବ ବ୍ୟବସ୍ଥା କରାଯିବ । କଇଁପୁର ଠାରେ ଏକ ନୂତନ ଥାନା ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କରାଯିବ ଓ ଏହି ଥାନା ଅଧୀନରେ ଏକ ଆଉଟ୍ ପୋଷ୍ଟ ଥାନା ମହେନ୍ଦ୍ରଗିରି ଠାରେ ସ୍ଥାପନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମକୁ  ଡ୍ରନ୍ ଦ୍ଵାର ସର୍ଭେ କ୍ଷଣ କରାଯିବ । ସ୍ଥାନୀୟ ଅଧିବାସୀ ମାନକୁ ମାର୍ଗ ଦର୍ଶକ ତଥା ସେଚ୍ଛା ସେବୀ ବାଭରେ ନିଯୁକ୍ତି ଦିଆଯିବ । ଏହି ସମସ୍ତ ଉନ୍ନୟନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି ।

Exit mobile version