କୁଳାସର ଅଗ୍ନୀ ବିପନ୍ନଙ୍କୁ ସହାୟତା ଦେଲେ – ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ

୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ଗତ ଜାନୁଆରୀ ୨୦ ମଧ୍ଯ ରାତ୍ରରେ ଅଚାନକ ନିଆଁ ଲାଗି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମର ପାଞ୍ଚଟି ପରିବାର ପଦ୍ମ ଚରଣ ନାୟକ, ବିଶ୍ଵନାଥ ମହାପାତ୍ର, କନକ ବେୱା, ବସନ୍ତ ମହାପାତ୍ର, ରଙ୍କନିଧୀ ସ୍ବାଇଁ ଙ୍କ ପ୍ରାୟ ଦଶ ବଖରା ଘର ଜଳି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇ ଯାଇଥିଲା ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ରାଜ ସୁନାଖଳାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜ ସେବୀ ସମ୍ବିତ କୁମାର ସାହୁ ( ରାଜ୍ୟ ମିଲର୍ସ ସଂଘ ସଭାପତି) ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ କୁଳାସରରେ ୨୩/୧/୨୦୨୪ ଗୁରୁବାର ପୂର୍ବାହ୍ନ ପ୍ରାୟ ଏଗାରଟା ବେଳେ ପହଞ୍ଚି ନଗଦ ଅର୍ଥ ରାଶି ସହ ଚାଉଳ ଓ ଡାଲି ,

ଗ୍ରାମର ଯୁବକ ଅଯୋଧ୍ୟା ନାଥ ପ୍ରହରାଜ, ସାଗର ସାହୁ, ଲିଟନ, ବସନ୍ତ ସ୍ବାଇଁ, ଛଅ ନମ୍ବର ୱାର୍ଡ଼ ମେମ୍ବରସଂଯୁକ୍ତା ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରି ବିପନ୍ନ ପରିବାରଙ୍କୁ ଆଶ୍ଵାସନା ଦେଇ ଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ସମାଜ ସେବୀ ତଥା ବ୍ୟବସାୟୀ ସମ୍ବିତକୁମାର ସାହୁଙ୍କୁ ଗ୍ରାମ ବାସି ମାନେ ଅତ୍ୟନ୍ତ ପ୍ରଶଂସା କରିବା ସହ ସେମାନଙ୍କ ଉତୋରୁତ୍ତର କାମନା କରିଥିଲେ ।

Exit mobile version