ଲୋକ ମହୋତ୍ସବ ବର୍ଣାଳୀ ଓ ପଲିଶ୍ରୀ ମେଳା ଶେଷ ସନ୍ଧ୍ୟାରେ ବାଚସ୍ପତି

୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର କୃଷ୍ଣ ଚନ୍ଦ୍ର ପୁର ଖେଳ ପଡିଆ ରେ ଗତ ୨୧/୧/ ରେ ଆରମ୍ଭ ହୋଇ ଥିବା ଲୋକ ମହୋତ୍ସବ ବର୍ଣାଳି ଓ ପଲିଶ୍ରୀ ମେଳା ୨୩/୧/ ସଂନ୍ଧ୍ୟାରେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ଗୀତ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖି ଥିଲେ । ମହୋତ୍ସବ କମିଟି ସଭାପତି ଦୀନବନ୍ଧୁ ଦଳେଇ ନିଜ ଅଭିଭାଷଣରେ ମାଆ ଆସୁରକୁମାରୀ ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଓ ବାଜ୍ରକୋଟ ପଞ୍ଚାୟତର ଶିକ୍ଷ୍ୟାର ଉନ୍ନତି ନିମନ୍ତେ ଏକ ସରକାରି ହାଇସ୍କୁଲ , ନିଜ ଜନ୍ମ ମାଟିରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ ।

ସରପଂଚ ବନିତା ବଳିୟାର ସିଂ କମିଟି ସଭାପତି, ସଂପାଦକ ଓ ସଦସ୍ୟ ମାନଙ୍କୁ ଉତ୍ସାହିତ କରିବା ସହ ମହୋତ୍ସବର ଶତାୟୁ କାମନା କରିଥିଲେ । ସ୍ବପ୍ନା ଫାଉଣ୍ଡେସନ ଓ ବଜ୍ରକୋଟର ଯୁବକ ମାନଙ୍କ ସହଯୋଗରେ ଅନୁଷ୍ଠିତ ଲୋକ ମହୋତ୍ସବ ବର୍ଣାଳି ଓ ପଲ୍ଲୀଶ୍ରୀ ମେଳାରେ ବାଚସ୍ପତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ବିଜେପି କର୍ମୀ ରଞ୍ଜିତ ପଟ୍ଟନାୟକ, ମଣ୍ଡଲ ସଭାପତି ସୁଶାନ୍ତ, ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସରପଞ୍ଚ ବନିତା ସଭାପତିତ୍ବ କରିଥିଲେ ।

ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ସଭା ଆରମ୍ଭ ପୁର୍ବରୁ ପହଞ୍ଚି ଆୟୋଜକ, କମିଟି ସଦସ୍ୟ, ଦର୍ଶକ ମାନଙ୍କୁ ଉତ୍ସାହିତ କରି ଶିଘ୍ର ଫେରି ଯାଇଥିଲେ ।ସଂପାଦକ ଦିଲ୍ଲୀପ କୁମାର ସାମନ୍ତରାୟ ସଂପାଦକୀୟ ବିବରଣୀ ରେ ଦୁଇ ବର୍ଷର ମହୋତ୍ସବ ପାଇଁ କଷ୍ଠକୁ ଆଲୋକପାତ କରିଥିଲେ । ବଜ୍ରକୋଟ ସମାଜ ସେବୀ ବିରଞ୍ଚି ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ କମିଟି ସଦସ୍ୟ ମାନଙ୍କ ସହଯୋଗ ରେ ମହୋତ୍ସବର ସଫଳ ରୂପାୟନ ହୋଇ ପାରିଛି । କୃତି ପ୍ରତିଯୋଗୀ, କଳାକାର,ପ୍ରତିଭା, ନିମନ୍ତ୍ରିତ ଜନ ପ୍ରତିନିଧି ଓ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ମହୋତ୍ସବ କମିଟି ପକ୍ଷରୁ ବାଚସ୍ପତି ସମ୍ମାନିତ କରିଥିଲେ । ରଣପୁର ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଇଥିଲେ । ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ସରକାରି ସିକୃତି ପ୍ରାପ୍ତ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ ଟ୍ରୁଫ ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରି ବାନ୍ଧି ରଖି ଥିଲେ । ଦିଲ୍ଲୀପ କୁମାର ମହାନ୍ତି ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।

Exit mobile version