Home ଓଡ଼ିଶା ଜାତୀୟ କନ୍ୟା ଶିଶୁ ଦିବସରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ଓ ସଚେତନତା ଅଭିଯାନ ଆୟୋଜିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦୁଝର :- ଜାତୀୟ କନ୍ୟା ଶିଶୁ ଦିବସ ୨୦୨୫ ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ୍ ଟ୍ରଷ୍ଟ (ଏଚବିଟି) ଦ୍ୱାରା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ଆୟୋଜିତ ହୋଇଥିଲା । ଶିଶୁ ବିବାହ, ଚାଲାଣ ଏବଂ ଶିଶୁ ଶ୍ରମିକ ଆଦି ଜଟିଳ ପ୍ରସଙ୍ଗଗୁଡିକ ପ୍ରତି ଏକ ଏକୀକୃତ ଆଭିମୁଖ୍ୟ ଜରିଆରେ ଦୃଷ୍ଟିଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଏଚ୍ବିଟି ପକ୍ଷରୁ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ (କେଏସସିଏଫ) ସହିତ ସହଯୋଗୀତାରେ ୨୦୨୩ ମେ ମାସରୁ କାର୍ଯ୍ୟକାରୀ ହୋଇଆସୁଥିବା ‘ଆକ୍ସେସ ଟୁ ଜଷ୍ଟିସ’ (ନ୍ୟାୟ ପାଇବାର ସୁଯୋଗ) କାର୍ଯ୍ୟକ୍ରମ ଏକ ନିରାପଦ ଗୋଷ୍ଠୀ ସୃଷ୍ଟି ଏବଂ ପିଲାମାନଙ୍କର ଅଧିକାର ସୁରକ୍ଷିତ କରିବାକୁ ହାଟଡିହି, ବାଂଶପାଳ, ସଦର, ହରିଚନ୍ଦନପୁର, ପଟଣା ଏବଂ ଘଟଗାଁ ଆଦି ଛଅଟି ବ୍ଲକ୍ର ସମସ୍ତ ୧୫୦ ଗ୍ରାମରେ କାର୍ଯ୍ୟକାରୀ ହେଉଛି । ପରାମଶମୂଳକ ବୈଠକରେ ସରକାରୀ ଅଧିକାରୀ, ଅଙ୍ଗନବାଡି କର୍ମୀ, ବିଭିନ୍ନ ବ୍ଲକରୁ କିଶୋରୀବାଳିକା, ଗୋଷ୍ଠୀ ସଦସ୍ୟ, ଶିଶୁ ସୁରକ୍ଷା ବିଶାରଦ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସମେତ ୨୫୦ରୁ ଅଧିକ ସହଭାଗୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ତେଲକୋଇ ବିଧାୟକ ଏବଂ ତାଙ୍କ ସହିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ୍), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ), ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁ୍ୟଓ), ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ର ଚେୟାରପର୍ସନ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ପ୍ରମୁଖ ଯୋଗଦେଇ କେନ୍ଦୁଝର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ଏବଂ ଜିଲ୍ଲାରେ ପିଲାମାନଙ୍କ ପାଇଁ ଏକ ନିରାପଦ, ଅଧିକ ସମର୍ଥନକାରୀ ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସମାବେଶୀ ପ୍ରୟାସର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଦିବସ ପାଳନ କାର୍ଯ୍ୟକ୍ରମର ଅଂଶ ଭାବରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଏକ ସାଇକଲ ରାଲି ଆୟୋଜନ କରାଯାଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ରହିଥିଲେ । ଏହି ରାଲି ବାଲ୍ୟ ବିବାହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିବା ସହିତ ଏହାକୁ ରୋକିବା ନିମନ୍ତେ ସାମୂହିକ ପଦକ୍ଷେପକୁ ଉତ୍ସାହିତ କରିଥିଲା । ଏଥିସହିତ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ ବାଳିକାମାନଙ୍କୁ ସଶକ୍ତ କରିବା ଏବଂ ବାଲ୍ୟ ବିବାହ ନିରାକରଣ ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ପ୍ରଭାବଶାଳୀ ଡିଜାଇନ ପ୍ରଦର୍ଶିତ ହୋଇଥିଲା । କେନ୍ଦୁଝର ଜିଲ୍ଲାକୁ ବାଲ୍ୟ ବିବାହ, ଚାଲାଣ ଏବଂ ଶ୍ରମିକ ଭାବରେ ଶୋଷଣ ମୁକ୍ତ କରିବା ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବାକୁ ସମସ୍ତ ସହଭାଗୀଙ୍କ ନିକଟରୁ ଦୃଢ ପ୍ରତିବଦ୍ଧତା ସହିତ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା । Categories: ଓଡ଼ିଶା, କେନ୍ଦୁଝର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026