୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଚାରିଦଶନ୍ଧି ତଳେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ‘ବାଲ୍କୋ’(ଭାରତ ଆଲୁମିନିୟମ କମ୍ପାନି)ର ବକ୍ସାଇଟ ଖଣି ପ୍ରକଳ୍ପକୁ ବନ୍ଦ କରିବା ଦାବି ନେଇ ଏକ ଦୁର୍ବାର ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଜନ ଆନ୍ଦୋଳନର ଚାପରେ ତତ୍କାଳୀନ ସରକାର ପ୍ରକଳ୍ପର ଖଣି ଲିଜ୍କୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ସ୍ୱାଧୀନୋତ୍ତର ଓଡ଼ିଶାରେ ପ୍ରଥମଥର ପାଇଁ ସରକାର (ରାଜଶକ୍ତି) ଲୋକଶକ୍ତି ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ । ଗନ୍ଧମାର୍ଦ୍ଦନର ଜନ ପରିବେଶ ସୁରକ୍ଷା ପାଇଁ ଏହା ଏକ ସଫଳ ଓ ଐତିହାସିକ ଜନଆନ୍ଦୋଳନ ଭାବରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ।
