Home ଓଡ଼ିଶା ଶିକ୍ଷା ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥାଏ, କ୍ରୀଡା ଶାରୀରକୁ ସୁସ୍ଥ ରଖୁଥାଏ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଇନ୍ଦିରା ଗାନ୍ଧି ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କୋରାଇ :- ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ୟାସନଗର ପୌରପରିଷଦର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଯୋଗଦେଇ ‘ଶିକ୍ଷା ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥିଲା ବେଳେ କ୍ରୀଡା ଶାରୀରକୁ ସୁସ୍ଥ ରଖିଥାଏ’ । ତେଣୁ ଛାତ୍ରୀମାନେ ପାଠ ପଢିବା ସହିତ କ୍ରୀଡା କ୍ଷେତ୍ରରେ ସକ୍ରୀୟ ଅଂଶ ଗ୍ରହଣ କରିବା ଉଚିତ ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପରାମଶ୍ର ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ଯୋଗଦେଇ ପିଲାମାନେ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଭାଗନେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥ୍ଭାବେ ପୌରପରିଷଦର ୨୨ନମ୍ବର ଓ୍ବାର୍ଡର କାଉନସିଲର କୁମୁଦିନୀ ରାଉତ, ୨୧ନମ୍ବର ୱାର୍ଡର କାଉନସିଲର ଉର୍ମିଳା ପରିଡା ଓ ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀମାନେ ପାଠପଢା ସହ କ୍ରୀଡା ମନସ୍କ ହେବାକୁ ପରାମଶ୍ର ଦେଇଥିଲେ । ଛାତ୍ରୀ ସୁଶ୍ରୀ ଜନନୀ ମାଝୀ ସ୍ବାଗତ ସଂଗୀତ ଗାନ କରିଥିଲା ବେଳେ କ୍ରୀଡା ସଂଯୋଜକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ସଂଯୋଜିକା ଅଧ୍ୟାପିକା ଲିପ୍ସା ମିଶ୍ର ଓ ସୁଚିସ୍ମିତା ବେହେରାଙ୍କ ସଂଚାଳନାରେ ବ୍ୟାଡମିଟନ, ଚେସ, ଦୌଡିଡ଼ିଆଁ, ଖୋଖୋ, କ୍ୟାରମ, ସଟ୍ ପୁଟ, ଲମ୍ବ ଡିଆଁ, ଡିସ୍କସ୍ ଥ୍ରୋ, କବାଡି, ମ୍ୟୁଜିକ ଚେୟାର ଆଦି ବିଭିଧ ଖେଳରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଅରୁଣ କୁମାର ମିଶ୍ର, କ୍ରୀଡାଶିକ୍ଷକ ଅଶୋକ ଦାସ, ଅଧ୍ୟାପିକା ତାରିଣୀ ତନୟା ସର, ଯାଜ୍ଞେଶ୍ବରୀ ପଲେଇ, ଝୁନୁମଣି ଜେନା, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କ୍ରୀଡାଶିକ୍ଷକ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲା ବେଳେ କାର୍ଯ୍ୟକ୍ରମକୁ ପରିଚାଳନାରେ ମୁଖ୍ୟକିରାଣୀ ପ୍ରଦୀପକୁମାର ପରିଡା, ଦୁର୍ଗାବତୀ ସ୍ବାଇଁ, ପ୍ରଶାନ୍ତ କୁମାର ପଲେଇ, ବିଚିତ୍ର ଦଳେଇ, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026