୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଧା ଜିଲ୍ଲା :- ଟାଙ୍ଗୀ ବ୍ଳକ ଛଣଗିରି ଠାରେ ଛଣଗିରି ଗ୍ରାମ ପଂଚାୟତ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ମା ଭଗବତୀ ଆନ୍ତର୍ଜାତିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ଦିବସ।ଆଜିର ମ୍ୟାଚ ଜେବିଏସ୍ଏଲ୍ ୟୁନାଇଟେଡ କ୍ଳବ ନେପାଳ ଓ ନାଇଜେରିଆ ଏକାଦଶ ନାଇଜେରିଆ ମଧ୍ଯରେ ଛଣଗିରି ହାଇସ୍କୁଲ ପଡିଆରେ ହୋଇଥିଲା । ପ୍ରଥମାର୍ଦ୍ଧରେ ୧-୦ ଗୋଲ ରେ ନାଇଜେରିଆ ଦଳ ଅଗ୍ରଣୀ ରହିବା ପରେ ଦ୍ବିତୀୟାର୍ଧରେ ନେପାଳ ଦଳ ଗୋଲ ପରିଶୋଧ କରି ଖେଳ କୁ ସମାନସ୍ରରକୁ ଆଣିବା ପରେ ଟ୍ରାଇବେକରର ସହାୟତା ନିଆଯାଇଥିଲା ।

