Home ଓଡ଼ିଶା ସମ୍ବଲପୁରର ବୁଢାରାଜାଠାରେ ପ୍ରସାଦ ଜୁଏଲର୍ସର ନୂଆ ଶୋ’ରୁମ ଉଦଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଗ୍ରାହକଙ୍କୁ ସ୍ମରଣୀୟ ସପିଂ ଅନୁଭୂତି ଦେବା ପାଇଁ ଉତ୍ସାହଜନକ ଅଫର୍ ପ୍ରଦାନ କରାଯାଉଛି l ୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ସମ୍ବଲପୁର :- ୧୯୬୪ରେ ଏହାର ସ୍ଥାପନା ପରଠାରୁ ବିଶ୍ୱାସ ଓ ଗୁଣବତା କ୍ଷେତ୍ରରେ ଏକ ଲୋକପ୍ରିୟ ନାମ ପ୍ରସାଦ ଜୁଏଲର୍ସ ସମ୍ବଲପୁରର ବୁଢାରାଜାଠାରେ ଏସ୍ଆର୍ଆଇଟି କଲୋନି ସମ୍ମୁଖରେ ଏହାର ଗ୍ରାଣ୍ଡ ଫ୍ଲାଗସିପ ଶୋ’ରୁମର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ଦୁଇ ମହଲା ବିଶିଷ୍ଟ ଶୋରୁମ ୩୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ରହିଛି ଯାହା ସୂକ୍ଷ୍ମ ଅଳଙ୍କାରଗୁଡିକର ଏକ ବିସ୍ତୃତ ସଂଗ୍ରହକୁ ପ୍ରଦର୍ଶିତ କରୁଛି । ଏହି ଶୋ’ରୁମର ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁରର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରସାଦ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ୫ମ ଶୋ’ରୁମ ପ୍ରସାଦ ଜୁଏଲର୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି ଯାହା ରାଉରକେଲାଠାରେ ୨୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଏକ ଷ୍ଟୋର ସହ ନିଜର ଯାତ୍ରା ଆରମ୍ଭ କରିଥିଲା । ଏହାପରଠାରୁ ପ୍ରସାଦ ଜୁଏଲର୍ସର ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁରଠାରେ ଶାଖା ସହ ନିଜର ଉପସ୍ଥିତି ବିସ୍ତାର କରିଛି । ଏହି ନୂତନ ଶୋରୁମ ବମ୍ବେ, କୋଲ୍କାତା, ରାଜକୋଟ, କୋଏମ୍ବାଟୁର, ଟେମ୍ପୁଲ, ଆଂଟିକ, ଡାଇମଣ୍ଡ ଓ ସିଲଭର ଅଳଙ୍କାର ଆଦିର ବିସ୍ତୃତ ସଂଗ୍ରହ ପ୍ରଦାନ କରୁଛି । ଗ୍ରାହକଙ୍କ ବିବିଧ ପସନ୍ଦକୁ ପୂରଣ କରିବା ପାଇଁ ଏହି ଷ୍ଟୋରରେ ଆର୍ଟିଫିସିଆଲ ଜୁଏଲାରୀ ଗୁଡିକର ଏକ ଡେଡିକେଟେଡ ସେକ୍ସନ ରହିଛି ଯାହା ଏହାକୁ ବଜେଟ-ସଚେତନ ଗ୍ରାହକଙ୍କ ପାଇଁ ଏକ ଉପଯୁକ୍ତ ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ସୌରଭ ପ୍ରସାଦ ସ୍ୱତନ୍ତ୍ର ଉ୍ଘାଟନୀ ଅଫରଗୁଡିକୁ ଘୋଷଣା କରିଥିଲେ ଯେଉଁଥିରେ ସୁନା ଅଳଙ୍କାର ଉପେ ୬.୯୯%ର ମେକିଂ ଚାର୍ଜ ସାମିଲ ରହିଛି । ଏହାଛଡା ଟର୍କିସ, ଆଂଟିକ, ଟେମ୍ପୁଲ ଓ ଫ୍ୟାନ୍ସି ଜୁଏଲାରୀ ଉପରେ ଫ୍ଲାଟ୍ ୮.୯୯% ମେକିଂ ଚାର୍ଜ ଉପଲବ୍ଧ ରହିଥିବା ବେଳେ ହୀରା ଅଳଙ୍କାର ଓ ଗୋଲ୍ଡ କଏନ ଉପରେ ଜିରୋ ମେକିଂ ଚାର୍ଜ ରହିଛି । ଆର୍ଟିଫିସିଆଲ ଜୁଏଲାରୀ ଉପରେ ଫ୍ଲାଟ ୨୦%ର ରିହାତି ଉପଲବ୍ଧ ରହିଛି । ଶ୍ରୀ ସୌରଭ ପ୍ରସାଦ କହିଛନ୍ତି, “ ଏହି ଅଫରଗୁଡିକରେ କୌଣସି ସର୍ତାବଳୀ ଲାଗୁ ନାହିଁ ଏବଂ ଏହା ଆସନ୍ତା ଫେବୃଆରୀ ୨ ତାରିଖ ୨୦୨୫ ପର୍ଯ୍ୟନ୍ତ ସମସ୍ତ କ୍ରୟ ଉପରେ ବୈଧ ରହିବ । ଆମେ ସମସ୍ତଙ୍କଚ ଏହି ସ୍ୱତନ୍ତ୍ର ଡିଲ୍ଗୁଡିକର ଲାଭ ଉଠାଇବା ଓ କ୍ରୟ ଉପରେ ବହୁମାତ୍ରାରେ ସଂଚୟ କରିବା ପାଇଁ ଆବେଦନ କରୁଛୁ ।” ସେହିପରି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୋହିତ ପ୍ରସାଦ ଗ୍ରାହକଙ୍କ ପାଇଁ ଉପଲବ୍ଧ ଅତିରିକ୍ତ ସୁବିଧା ଯେପରିକି ମାଗଣା ସୁନା ପରୀକ୍ଷଣ ସେବା, ଇୟର-ପିୟର୍ସିଂ, ୧୦୦% ଏଚ୍ୟୁଆଇଡି ହଲ୍ମାର୍କ ଗୋଲ୍ଡ କଲେକ୍ସନ, ୧୦୦% ଏକ୍ସଚେଞ୍ଜ ଗ୍ୟାରେଂଟି ଓ ଏକ ଡିଜିଟାଲ ଗୋଲ୍ଡ ଆପ୍ ଆଦିକୁ ହାଇଲାଇଟ୍ କରିଥିଲେ । ସେ କହିଥିଲେ, ‘ଆମର ପ୍ରତିବଦ୍ଧତା ହେଉଛି ଗ୍ରାହକଙ୍କୁ ସର୍ବନିମ୍ନ ମୂଲ୍ୟରେ ଅତୁଳନୀୟ ଗୁଣବତା ପ୍ରଦାନ କରିବ । ଏହି ଉତ୍ସର୍ଗୀକୃତତା ଆମକୁ ପଶ୍ଚିମ ଓଡିଶାରେ ସର୍ବୋତମ ଜୁଏଲର ଭାବେ ପରିଚିତ କରାଇଛି ଏବଂ ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କ ଦ୍ୱାରା ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ସପ୍ ଭାବେ ସ୍ୱୀକୃତି ହାସଲ କରିବାରେ ସାହାଯ୍ୟ କରିଛି ।” ପ୍ରସାଦ ଜୁଏଲର୍ସର ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରସାଦ ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତି ଓ ଅତିଥିମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ସମ୍ବଲପୁର ଓ ଆଖପାଖ ଅଂଚଳର ଲୋକମାନଙ୍କୁ ଶୋ’ରୁମ ପରିଦର୍ଶନ କରିବା ଏବଂ ବ୍ରାଣ୍ଡର ବିଶ୍ୱାସ ଓ ଉତ୍କର୍ଷତାର ବିରାସତର ଅନୁଭୂତି ପାଇବା ପାଇଁ ଆମନ୍ତ୍ରିତ କରିଛନ୍ତି । ପ୍ରସାଦ ଜୁଏଲର୍ସ କାଳଜୟୀ ଡିଜାଇନ ସହ ପ୍ରତିଯୋଗୀ ମୂଲ୍ୟକୁ ଏକତ୍ରିତ କରି ଏହାର ଗ୍ରାହକଙ୍କୁ ଚମତ୍କାର ମୂଲ୍ୟ ପ୍ରଦାନ କରିବା ପାଇଁ ଏହାର ଲକ୍ଷ୍ୟ ଜାରି ରଖିଛି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026