ଜଟଣୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଓ ଇତିହାସ ବିଭାଗ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ

୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ  :- ଜଟଣୀ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ତରଫରୁ ଓଡ଼ିଶା ଜୀବ ସମ୍ପଦ ଓ ତା’ର କୃଷି,ସ୍ବଚ୍ଛ ପରିବେଶ ଓ ସ୍ଵାସ୍ଥ୍ୟ ଯତ୍ନରେ ନିରନ୍ତର ବିନିଯୋଗ ଶୀର୍ଷକ ଏକ ଆଲୋଚନା ଚକ୍ର ଡ଼ଃ ରାଜୀବ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ପ୍ରାକ୍ତନ ପ୍ରଫେସର ଓ ବର୍ତ୍ତମାନ ସେଞ୍ଚୁରିଆନ୍ ବିଶ୍ଵ ବିଦ୍ୟାଳୟର ଏମ୍ରିଟସ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଡ଼ଃ କୁଞ୍ଜ ବିହାରୀ ଶତପଥି,

ମୁଖ୍ୟ ଆଧାର ପୁରୁଷ ଓ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼ଃ ଉମାକାନ୍ତ ମିଶ୍ର ସହ ଆଧାର ପୁରୁଷ ଭାବେ ଯୋଗଦାନ କରି ଜୀବ ସମ୍ପଦର ମୂଲ୍ୟବୋଧ ଓ ଏହା କିପରି କୃଷି, ପରିବେଶ ଓ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ନିରନ୍ତର ବିନିଯୋଗ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ।

ଅଧ୍ୟକ୍ଷ ଡ଼ଃ କର ଛାତ୍ର, ଛାତ୍ରୀ ମାନଙ୍କୁ ଅନେକ ମୂଲ୍ୟବାନ ଉପଦେଶ ଦେବା ସହିତ ଜୀବ ସମ୍ପଦର ସୁ’ସଂରକ୍ଷଣ ଓ ନିରନ୍ତର ବିନିଯୋଗ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଡ଼ଃ ଅନୁପ କୁମାର ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ସୁ’ନାଗରିକ ହେବା ସହିତ ପରିବେଶ ସୁରକ୍ଷା ଓ ଜୀବ ସମ୍ପଦର ମୂଲ୍ୟବୋଧ ସମ୍ପର୍କରେ ବୁଝାଇଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟାପିକା ଡ଼ଃ ସ୍ମରଣିକା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ କୁମାରେଶ ଛୋଟରାୟ ପାଠଚକ୍ରର ବିବରଣୀ ଉପସ୍ଥାପନ କରିଥିଲେ। ବିଭାଗର ଅଧ୍ୟାପିକା ଯାଜ୍ଞସେନି ସାହୁ ସଭା ପରିଚାଳନା କରିଥିଲେସେହିପରି ଇତିହାସ ବିଭାଗ ପକ୍ଷରୁ ବ୍ରିଟିଶ ସରକାର ସମୟରେ ଭାରତରେ ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଜୀବ କର ଏଥିରେ ଅଧ୍ୟକ୍ଷତା କରିଥିଲେ, ଡ଼ଃ ଶିବ ପ୍ରାସାଦ ନାୟକ,ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୋଦାବରୀଶ ମହାବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତି ପ୍ରଥାର ଉଦ୍ରେକ ଓ ସତୀଦାହ ପ୍ରଥାର ବିଲୋପ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟତମ ବକ୍ତା ଡ଼ଃ ପ୍ରଫୁଲ କୁମାର ରଥ ବେଗୁନିଆ ମହାବିଦ୍ୟାଳୟ, ଯୋଗଦେଇ ନାରୀ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ । ବିଭାଗର ମୁଖ୍ୟ ଅଜିତ ସୁନ୍ଦରାୟ ରାମ ମୋହନଙ୍କର ବ୍ରହ୍ମ ସମାଜ ଓ ସମାଜର ଉନ୍ନତୀ ଉପରେ ଆଲୋକପାତ କରିଥିଲେ ।

ଏହି ଆଲୋଚନା ଚକ୍ରରେ ଡ଼ଃ ଶୁଶାନ୍ତ କୁମାର ବାରିକ ଅତିଥି ପରିଚୟ ପ୍ରଦାନ ଓ ଆଲୋଚନା ଚକ୍ର ଉପରେ ବିଶେଷ ବିବରଣୀ ପାଠ କରିଥିଲେ । ଶେଷରେ ଛାତ୍ର,ଛାତ୍ରୀ ମାନଙ୍କ ଦ୍ଵାରା ଗବେଷଣା ସନନ୍ଦ ଉପସ୍ଥାପନା କରାଯାଇଥିଲା । ୫୦ରୁ ଉର୍ଦ୍ଧ ଛାତ୍ର, ଛାତ୍ରୀଙ୍କ ଦ୍ଵାରା ଗବେଷଣା ପାଠ ଓ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା ।

ରି ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ତୋଷିନି ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ସଂଯୋଜନା ଏବଂ ପରିଚାଳନା କରିଥିବା ଅଧ୍ୟାପକ ଡ଼ଃ ତପନ୍ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ ।

Exit mobile version