ଚଳନ୍ତା ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ

୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ଶୁକ୍ରବାର ସକାଳେ ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ବାଣପୁର ଥାନା ରୋଉପଡା ଗ୍ରାମର ସତ୍ୟବାନ ସ୍ୱାଇଁ (୪୮) l ଖବର ନେବାରେ ଜଣାଯାଇଛି, ଶୁକ୍ରବାର ସକାଳ ୭ ଘଟିକା ସମୟରେ ବାଲୁଗାଁ ରେଳ ଷ୍ଟେସନର ୨ ନଂ ପ୍ଲାଟଫର୍ମରୁ ସତ୍ୟବାନ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯିବାପାଇଁ ପ୍ରଶାନ୍ତି ଏକ୍ସପ୍ରେସରେ ଚଢ଼ିଥିଲେ l

ତେବେ ଟ୍ରେନଟି ମାତ୍ର କିଛି ଦୂର ଅତିକ୍ରମ କରିବା ପରେ ଦକ୍ଷିଣ କ୍ୟାବିନ ନିକଟରେ ଆସାବଧାନତା ବଶତଃ ସେ ଫାଟକରୁ ରେଳ ଧାରଣାକୁ ଖସି ପଡ଼ିଥିଲେ l ଫଳରେ ଟ୍ରେନ ଚକା ମାଡିଯାଇ ତାଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଥିଲା l ଖବର ପାଇ ଜି ଆର ପି ଅଧିକାରୀ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି l ଏ ନେଇ ୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l

Exit mobile version