Home ଓଡ଼ିଶା ମିଲର ମଣ୍ଡିରୁ ଧାନ ନ ଉଠାଇଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ : ଏଫ ଏ କ୍ୟୁ ସାହାଯ୍ୟରେ ମିଲର ମଣ୍ଡି ରୁ ଉଠାଇବେ ଧାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ପୁରୀ ଜିଲ୍ଲାର 11 ଟା ବ୍ଲକ ରେ 187 ଟି ମଣ୍ଡି ସ୍ଥାପନ ହୋଇଛି ସେଥିମଧ୍ୟରୁ 56 ଟି ମଣ୍ଡି ର ନିଜସ୍ୱ ଗୃହ ନିର୍ମାଣ ନିମନ୍ତେ ନୂତନ ସରକାର ଟେଣ୍ଡର ପ୍ରକ୍ରିୟା କରିଛନ୍ତି l ଉକ୍ତ ଜିଲ୍ଲା ର 21 ଜଣ ମିଲର ଙ୍କୁ 187 ଟି ମଣ୍ଡିରୁ ଧାନ ସଂଗ୍ରହ କରିବାପାଇଁ ସ୍ଵାକ୍ଷର ହୋଇଛି l ଆର ଏମ ସି “ରେଗୁଲେଟର ମାର୍କେଟିଙ୍ଗ କମିଟି” ଵା ନିୟନ୍ତ୍ରିତ ବଜାର କମିଟି ପୁରୀ ଜିଲ୍ଲାରେ ଦୁଇଟି ସ୍ଥାନରେ ରହିଛି l ସେଥିମଧ୍ୟରୁ ଗୋଟେ ହେଲା ନିମାପଡା ଓ ଅନ୍ୟ ଟି ହେଲା ସାକ୍ଷୀଗୋପାଳ ଠାରେ ରହିଛି l ଏଥିରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି l ଚାଷୀଙ୍କ ଠାରୁ ଗ୍ରେଡେସନ ଦ୍ଵାରା ଧାନ ସଂଗ୍ରହ କରାଯିବାର ବ୍ୟବସ୍ତା ରହିଛି l ଯାହାର କାର୍ଯ୍ୟ ଶୈଳୀ ହେଉଛି ଚାଷୀଙ୍କ ଠାରୁ ସଂଗୃତ ଧାନର ଆଦ୍ରତ ସହିତ ଅନ୍ୟାନ୍ୟ ମାନ ନିର୍ଧାରଣ କରାଯାଇଥାଏ l ତତ୍କାଳୀନ ସରକାର ଙ୍କ ସମୟ ରେ ଚାଷୀଙ୍କୁ ମିଲରମାନଙ୍କ ଶୋଷଣ କରାଯାଉଥିଲା, ଯାହାଫଳରେ କୀ ଚାଷୀଙ୍କୁ କଟନୀ ଚଟନୀ ର ସମ୍ମୁଖୀନ ହେବାକୁ ପଡୁଥିଲା l ଏହାଦ୍ଵାରା ଚାଷୀଙ୍କୁ କୁଇଣ୍ଟାଲ ପିଛା 6 କେଜି ର ଘାଟା ସହିବାକୁ ପଡୁଛି l ସମଗ୍ର ପୁରୀ ଜିଲ୍ଲାରେ ଗୋଟିଏ ମାତ୍ର ସ୍ଥାନରେ ନିଜସ୍ୱ ମଣ୍ଡି ତାହା ମଧ୍ୟ ପ୍ରଯ୍ୟାପ୍ତ ପରିମାଣରେ ଅବାଦ୍ୟାକୟୀ ବନ୍ଦୋବସ୍ତ ନାହିଁ l ଯାହାଫଳରେ କୀ ଚାଷୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦିଓ କେନ୍ଦ୍ର ସରକାର ଙ୍କ ପକ୍ଷରୁ ମଣ୍ଡି ର ଗୃହ ନିର୍ମାଣ ନିମନ୍ତେ ବ୍ୟୟ ବରାଦ ର ଶତକଡା ଦୁଇ ଭାଗ ଅଂଶର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l ମଣ୍ଡି ର ଗୃହ ନିର୍ମାଣ ଓ ଚାଷୀଙ୍କ ଧାନ କୁ ସୁରକ୍ଷିତ ରଖିବା ସହିତ ଆବଶ୍ୟକତା ପଡିଲେ ଉକ୍ତ ସ୍ଥାନରେ ଚାଷୀ ଙ୍କ ରହିବା ଖାଇବା ଆଦି ର ବ୍ୟବସ୍ଥା ରହିବା କଥା l ଦୁଃଖ ଓ ପରିତାପର ବିଷୟ ଟି ହେଲା ରାଜ୍ୟରେ ଦୀର୍ଘ ବର୍ଷଧରି ନବୀନ ସରକାର ମଣ୍ଡି ପାଇଁ ନିଜସ୍ୱ ଗୃହ ନିର୍ମାଣ କରିନାହାନ୍ତି l ଏଣୁ ଚାଷୀମାନେ ଅସ୍ଥାୟୀ ମଣ୍ଡିରେ ଧାନ ଅସୁରୁକ୍ଷିତ ଭାବେ ଦେଇଥାନ୍ତି ଆଉ ମିଲରମାନେ ନିଜ ଇଛା ମୁତାବକୁ ମୂଲ୍ୟ ଧାର୍ଯ୍ୟ କରନ୍ତି ଦଲାଲ ଙ୍କ ମାଧ୍ୟମରେ ଧାନ ସଂଗ୍ରହ କରନ୍ତି l ନୂତନ ସରକାର ଙ୍କ ଆଗମନ ପରେ ଉକ୍ତ ଜିଲ୍ଲାରେ ଥିବା 187 ଟି ମଣ୍ଡିରୁ ବର୍ତମାନ ସୁଦ୍ଧା 56 ଟି ମଣ୍ଡିର ନିଜସ୍ୱ ଗୃହ ଓ ଅବାଦ୍ୟାକୟୀ ଭିତିଭୂମି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି l ଦୁର୍ଭାଗ୍ୟ ବଶତଃ ପୁର୍ବ ସରକାର ଙ୍କ ସମୟ ରୁ ମଣ୍ଡି ର ଭିତିଭୂମି ର ବିକାଶ କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି l ଧାନ ମଣ୍ଡି ନିମନ୍ତେ ନିୟୋଜିତ ବିଭାଗୀୟ ଅଧିକାରୀ ଓ ସମବାୟ ସମିତି ର ନିର୍ବାଚିତ ପ୍ରତିନିଧି ଏବଂ କିଛି ଦଲାଲ ଙ୍କ ଦ୍ଵାରା ବ୍ୟାପକ ପରିମାଣରେ ଅର୍ଥ ହରିଲୁଟ କରାଯାଉଥିବା କଥା ଚର୍ଚ୍ଚା ହେଉଛି l ବର୍ତମାନ ନୂତନ ସରକାର ଙ୍କ ଦ୍ଵାରା ଏଟିଫିସିଆଲ ଇଣ୍ଟେଲିଜେନ୍ସ ଗ୍ରେନ ଅନାଲାଇଜର ପଦ୍ଦତି ଦ୍ଵାରା ଧାନର ସମସ୍ତ ମାନ ସ୍ପଷ୍ଟ ହୋଇଥାଏ l ଆଉ ଯେଉଁ ଚାଷୀ ଙ୍କ ର ଧାନ ଭଲ ହୋଇଥିବ ସେମାନଙ୍କୁ ଭଲ ଟଙ୍କା ହିଁ ମିଳିବ l କିନ୍ତୁ କିଛି ଲାଭ ଖୋର ମିଲରମାନେ ଚାଷୀଙ୍କୁ ଠାରୁ ଉତ୍ତମମାନର ଧାନ ସଂଗ୍ରହ କରିବା ପ୍ରଣାଳୀ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି କୃଷକ ଯୁବମୋର୍ଚା ର ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି l ଆଗାମୀ ଦିନରେ ରାଜ୍ୟ ସରକାର ଚାଷୀ ହିତ ଦୁଷ୍ଟିରୁ ପ୍ରତେକ ପଞ୍ଚାୟତ ରେ ଚାଷୀଙ୍କ ଦ୍ଵାରା ଧାନ ସଂଗ୍ରହ ଓ କ୍ରେୟ ବିକ୍ରେୟ ଏବଂ ଧାନର ସଠିକ ମୂଲ୍ୟ ପ୍ରାପ୍ତ ହୋଇପାରିବ ବୋଲି ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି l ଚାଷୀ ଙ୍କ ଠାରୁ ମିଲର ସଂଗ୍ରହ କରୁଥିବା ଧାନରୁ ଶତକଡା 86 ଭାଗ ଚାଉଳ ବାହାର କରିବା କଥା କିନ୍ତୁ ମିଲରମାନେ ତାହା ନ କରି ଚାଷୀଙ୍କ ଠାରୁ ଦଲାଲ ଙ୍କ ମଧ୍ୟରେ ଶାଗ ମାଛ ମୂଲ୍ୟ ରେ ଧାନ ସଂଗ୍ରହ କରି କୋଟି କୋଟି ଟଙ୍କାର ମୁନଫା କରୁଥିଲେ l ନୂତନ ସରକାର ଆସିଲାପରେ ଧାନର ଏଫ କେ ୟୁ ର ମୂଲ୍ୟ ବୃଦ୍ଧି କରାଇଛନ୍ତି କୁଇଣ୍ଟାଲ ପିଛା 31 ଶହ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି l ସେଥିପାଇଁ ପ୍ରତେକ ମଣ୍ଡି ରେ ଗୋଟେ ଲେଖା ଟ୍ୟାକ୍ସ ଫୋରର୍ସ ଗଠନ କରାଯାଇଛି ଜଣେ ନୋଡାଲ ଅଫିସର, ତହସିଲଦାର, ବିଡ଼ିଓ, ଅତିରିକ୍ତ ବିଡ଼ିଓ ସହିତ ଅନ୍ୟାନ୍ୟ ପଦାଧିକାର ଅଧିକାରୀ ରହିବେ l ଏହିଭଳି ଯଦି ସୁଚାରୁରୂପେ କାର୍ଯ୍ୟ ହୁଏ କୋଟି କୋଟି ଟଙ୍କାର ବାଟମାରଣା ବନ୍ଦ ହୋଇଯିବ ଜାଣି ସମଗ୍ର ପୁରୀ ଜିଲ୍ଲାର ଥିବା କୌଣସି ମଣ୍ଡି ରୁ ଧାନ ମିଲର ମାଲିକମାନେ ଉଠାଇବେ ନାହିଁ l ସେଥିପାଇଁ ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ମିଲର ଙ୍କୁ ଶୋ କଜ ନୋଟିସ ଦିଆଯାଇଥିଲା ଯାହାର ଫଳସରୂପ ମିଲରମାନେ ଏଫ ଏ କ୍ୟୁ ସାହାଯ୍ୟରେ ମଣ୍ଡିରୁ ଧାନ ଉଠାଇବେ ବୋଲି କହିଛନ୍ତି l ଯେଉଁମାନେ ନ ଉଠାଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କ୍ଷର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ସ୍ପଷ୍ଟ ସୂଚନା l ଏଣୁ ଚାଷୀ ହିତ ଦୁଷ୍ଟିରୁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ଙ୍କ ପକ୍ଷରୁ ଦାବୀ l Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026