Home ଓଡ଼ିଶା ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :– ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ଉଦ୍ ଘାଟନ ସମାରୋହରେ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଶିବାନୀ ମୁଦୁଲି, ଗୌରାଙ୍ଗ ସାଜ୍ଜନ, ବରିଷ୍ଠ ଶିକ୍ଷକ ସନ୍ଦୀପ୍ତ ଦାସ, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଟଲା ଏବଂ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ମଞ୍ଚାସୀନ ରହିଥିଲେ । ଜିଲ୍ଲାର ୭ ଗୋଟି ବ୍ଲକରୁ ୬୦ ଜଣ ବାଳିକା ପ୍ରତିଯୋଗୀ ବକ୍ତତା, ରଚନା, କୁଇଜ୍ ଏବଂ ଝୋଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ଉଦ୍ ଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ବରେଣ୍ୟ ଅତିଥି ରୂପେ ଉପଖଣ୍ଡ ସାମାଜିକ ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଇରପୁଟ ଶ୍ରୀମତୀ ଶିବାନୀ ମୁଦୁଲି, ଯୋଜନା ସଂଯୋଜିକା ସମଗ୍ର ଶିକ୍ଷା ଶ୍ରୀମତୀ ବିଜୟଲକ୍ଷ୍ମୀ ଚୌଧୁରୀ ଯୋଗ ଦେଇଥିବା ବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ମୁଖ୍ୟ ଅତିଥି ବାଳିକା ଶିକ୍ଷାର୍ଥୀଙ୍କୁ ନିଜ ମଧ୍ୟରେ ଆତ୍ମବିଶ୍ୱାସ ସହ ସଶକ୍ତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଶ୍ରୀ ଦେବରାଜ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର ଶିକ୍ଷା, ମାଲକାନଗିରିରୁ ଶ୍ରୀ ସୀତାରାମ ଗୌଡ, ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ, ଶିକ୍ଷକ ଶ୍ରୀ ସମୀରକାନ୍ତ ରଥ, ଶ୍ରୀ ରାମପ୍ରସାଦ ପାଢୀ, ଶ୍ରୀ ସୁକୁମାର ପଣ୍ଡା, ଶ୍ରୀ ନୂତନ ମଲ୍ଲିକ, ଶ୍ରୀମତୀ ମିତା ରାଉତ, ଶ୍ରୀ କାଳୁଚରଣ ମହାରଣା, ଶ୍ରୀମତୀ ମିତୁସ୍ମିତା ବେହେରା, ଶ୍ରୀ ସନାତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026