ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିକଶିତ ‘ଭାରତ ୨୦୪୭’ଶୀର୍ଷକ ଆଲୋଚନା ଶିବିର ଅନୁଷ୍ଠିତ

୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ  :- ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକଲ୍ୟରେ ବିକସିତ ଭାରତ ୨୦୪୭ଶୀର୍ଷକ ଏକ ଆଲୋଚନା ଚକ୍ର ସମ୍ମିଳନୀ କକ୍ଷରେ ଏହାର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଡ଼ଃ ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ପିପିଲି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଶିବ ପ୍ରାସାଦ ମିଶ୍ର ଯୋଗଦେଇ ଏକବିଂଶ ଶତାବ୍ଦୀରେ ବିକଶିତ ଭାରତ ନିର୍ମାଣରେ ଆଜି ଯୁବ ପିଢ଼ିର ଗୁରୁତ୍ୱ ଦାୟିତ୍ଵ ଥିବା ସଙ୍ଗେ ସଙ୍ଗେ ଶିକ୍ଷ୍ୟା,ସ୍ବାସ୍ଥ୍ୟ,ଶିଳ୍ପ,

 

ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳର ବିକାଶ ଏବଂ ଐତିହ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସର୍ବାଦୌ ଅପରୀହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଡ଼ଃ କର ବିକଶିତ ଭାରତ ନିର୍ମାଣରେ ଉଭୟ ସଚେତନ ନାଗରିକ ଏବଂ ଉତ୍ତମ ପ୍ରଶାସନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଅଧ୍ୟାପିକାଶାନ୍ତିଲତା ସାହୁ ଅତିଥି ମାନଙ୍କ ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ। ତୃତୀୟ ବର୍ଷର ସେମିନାରୀ ସେକ୍ରେଟାରୀ ପ୍ରିୟ ଦର୍ଶନି ସାହାଣୀ,ପୁଷ୍ପଲତା ଦାସ,ତପସ୍ଵିନୀ ରାୟ, ଦ୍ଵିତୀୟ ବର୍ଷ ସେମିନାର ସେକ୍ରେଟାରୀ କୌଶଲ୍ୟା ପାହାଳ,

ସୋଫିଆ ବାନୋ ଏବଂ ପ୍ରଥମ ବର୍ଷର ପ୍ରିୟଙ୍କା ଦାସ ଓ ଏମ୍ ସ୍ମୃତିରାଣି ପଟ୍ଟନାୟକ ସନ୍ଦର୍ଭ ଉପସ୍ଥାନ କହିଥିଲେ । ଅଧ୍ୟକ୍ଷ ଡ଼ଃ କର ଅତିଥି ମାନଙ୍କୁ ଉପ ଢ଼ଉକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର, ଛାତ୍ରୀ ମାନଙ୍କର ସନ୍ଦେହ ଦୂରୀଭୂତ ହୋଇଥିଲା ।

ସନ୍ଦର୍ଭ ଉପସ୍ଥାନରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଏମ୍ ସ୍ମୃତିରାଣୀ ପଟ୍ଟନାୟକ,ତପସ୍ଵିନୀ ରାୟ ଏବଂ ସତ୍ୟ ସନ୍ଧାନ ପରିଡ଼ାଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଡ଼ଃ ତପନ ମିଶ୍ର,ଅଜିତ କୁମାର ସୁନ୍ଦରାୟ, ଅନିଲ କୁମାର ନନ୍ଦ, କାର୍ତ୍ତିକ ଚନ୍ଦ୍ର ଦାସ, ସୁଶାନ୍ତ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଦିପ ସୁନ୍ଦର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version