Home ଓଡ଼ିଶା କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- ଜାତୀୟ କନ୍ୟା ଶିଶୁ ଦିବସ ୨୪ ଜାନୁଆରୀ, ୨୦୨୫ ଅବସରରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ ଟ୍ରଷ୍ଟ ଦ୍ୱାରା ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଶିଶୁ ସୁରକ୍ଷା ବିଶାରଦ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ଗୋଷ୍ଠୀ ସଦସ୍ୟ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସମେତ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିଥିଲେ । ଫୁଲବାଣୀର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମ୍ଓ) ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁ୍ୟଓ), ସୁରକ୍ଷା ଅଧିକାରୀ (ପିଓ), ଶିଶୁ ମଙ୍ଗଳ କମିଟି (ସିଡବ୍ଲୁ୍ୟସି)ର ଚେୟାରପର୍ସନ ଏବଂ ସଦସ୍ୟବୃନ୍ଦ, ବାଳ ଅପରାଧ ନ୍ୟାୟ ବୋର୍ଡ (ଜେଜେବି)ର ସଦସ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରମୁଖ ଉପସ୍ଥିତ ଥିଲେ । ପରାମର୍ଶମୂଳକ ବୈଠକରେ କନ୍ଧମାଳକୁ ଏକ ବାଲ୍ୟ ବିବାହ-ମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ସମସ୍ତ ସହଭାଗୀଙ୍କ ମଧ୍ୟରେ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଜୋର୍ ଦିଆଯାଇଥିଲା । ଏକ ଅଣ ଲାଭଜନକ ସଂଗଠନ ହମାରା ବଚପନ ଟ୍ରଷ୍ଟ (ଏଚବିଟି) କୈଳାସ ସତ୍ୟାର୍ଥୀ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ (କେଏସ୍ସିଏଫ) ସହିତ ସହଭାଗୀତାରେ ‘ଆକ୍ସେସ ଟୁ ଜଷ୍ଟିସ’ (ନ୍ୟାୟର ସୁଯୋଗ ନେବା) କାର୍ଯ୍ୟକାରୀ କରୁଛି । ଏହି ପ୍ରୟାସ ବାଲ୍ୟ ବିବାହ ନିରାକରଣ ଏବଂ ପିଲାମାନଙ୍କୁ ଚାଲାଣ ଓ ଶିଶୁ ଶ୍ରମିକ ପ୍ରଥାରୁ ସୁରକ୍ଷା ପ୍ରଦାନ କରିବା ଉପରେ ଦୃଷ୍ଟିନିବଦ୍ଧ କରିଥିଲା । ୨୦୨୪ରୁ କାର୍ଯ୍ୟକାରୀ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ରାଇକିଆ, ଟିକାବାଲି, ଫିରିଙ୍ଗିଆ ଏବଂ ଫୁଲବାଣୀ ଆଦି ବ୍ଲକ୍ର ପାଞ୍ଚଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୦ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି । ଗୋଷ୍ଠୀକୁ ଅଧିକ ନିୟୋଜିତ କରିବା ନିମନ୍ତେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ନିମନ୍ତେ ମେହନ୍ଦି ଡିଜାଇନ, ଫ୍ୟାନ୍ସି ଡ୍ରେସ, କୁଇଜ ଏବଂ ପାସିଂ ଦି ବଲ୍ ସମେତ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ‘ବେଟି ବଚାଓ ବେଟି ପଢାଓ’ ପ୍ରୟାସର ୧୦ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲ୍ୟାବସ୍ଥାରେ ବାଳିକାମାନଙ୍କର ବିବାହକୁ ରୋକିବା ଏବଂ ସେମାନଙ୍କୁ ଶିକ୍ଷିତ କରିବାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବାକୁ ଏକ ଦସ୍ତଖତ ଅଭିଯାନ ହାତକୁ ନିଆଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ଏକ ମିଲେଟ ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀ, ବିଶେଷକରି କିଶୋରୀ ବାଳିକା ସ୍ୱାସ୍ଥ୍ୟକର ମିଲେଟ୍ ଭିତ୍ତିକ ଜଳଖିଆ ଉପଭୋଗ କରିଥିଲେ । ଏଥିସହିତ ପାଞ୍ଚଜଣ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ପାଞ୍ଚଜଣ ଶିଶୁ କନ୍ୟାଙ୍କୁ କ୍ରୀଡ, ଶିକ୍ଷା, ପରଫରମିଂ ଆର୍ଟସ୍ ଏବଂ ଗୋଷ୍ଠୀସ୍ତରୀୟ ପ୍ରୟାସ ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ସୃଷ୍ଟି କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁମାନଙ୍କର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସମ୍ମିଳିତ ଭାବରେ କାର୍ଯ୍ୟ କରିବାକୁ ସମସ୍ତ ସହଭାଗୀ ଏକମତ ହେବା ସହିତ ପରାମର୍ଶମୂଳକ ବୈଠକ ସମାପ୍ତ ହୋଇଥିଲା । Categories: ଓଡ଼ିଶା, କନ୍ଧମାଳ, ବାଣିଜ୍ୟ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026