ନେତାଜୀ ସୁବାଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- ବନାନୀ କଳା ସଂଙ୍ଗମ ଠାରେ ମିଳିତ ନାଗରିକ କମିଟି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।କମିଟିର ଆବାହକ ଅଶୋକ ପରିଡା ଓଡ଼ିଶାର ଦୁଇ ଜଣ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନବୀନ କିଶୋର ପଣ୍ଡା, ସହକାରୀ ପ୍ରଧ୍ୟାପିକା ଜ୍ୟୋତିର୍ମୟୀ କହଁର,ବଂଶୀଧର ପଣ୍ଡା ଓ ନବ କିଶୋର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉଭୟଙ୍କ ଦେଶପ୍ରୀତି ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।

ସମଗ୍ର ଦେଶ ନେତାଜୀଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ସମ୍ବଲପୁରର ଅଦ୍ୱିତୀୟ ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମଗ୍ର ରାଜ୍ୟରେ ପାଳିତ ହେଉଛି।ନେତାଜୀ ସୁବାଷ ବୋଷ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି।ତେଣୁ ସେ ଜର୍ମାନ ଯାଇ ତାର ଶାସକ ହିଟଲରଙ୍କୁ ସାହାଯ୍ୟ ମାଗି ପ୍ରବାସୀ ଭାରତୀୟଙ୍କୁ ଏକାଠି କରି ଆଜାଦ ହିନ୍ଦ ଫୌଜ ଗଠନ କରି ବର୍ମା ସୀମାନ୍ତରେ ଭାରତରେ ପ୍ରବେଶ କରି ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ।ବିଲାତ ରେ ଆଇସିଏସ ପାଇଥିଲେ ମଧ୍ୟ ତାକୁ ଛାଡି ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ।ଗାନ୍ଧିଜୀଙ୍କ ସହ ମତାନ୍ତର ଯୋଗୁଁ କଂଗ୍ରେସ ଛାଡି ଫରୱ।ଡ ବ୍ଲକ ଗଠନ କରିଥିଲେ ।

ଏବଂ ଗାନ୍ଧୀଙ୍କ ସମର୍ଥକ ଙ୍କୁ କଂଗ୍ରେସ ସଭାପତି ପଦରେ ହରାଇଥିଲେ।ନେତାଜୀଙ୍କ ମୃତ୍ୟୁ ଆଜି ମଧ୍ୟ ଅନାଲୋଚିତ ହୋଇ ରହିଛି।ଠିକ ସେହିପରି ସିପାହୀ ବିଦ୍ରୋହର ଯଥେଷ୍ଟ ବର୍ଷ ପୂର୍ବରୁ ସୁରେନ୍ଦ୍ର ସାଏ18ବର୍ଷ ବୟସରୁ ଇଂରେଜ ବିରୋଧରେ ସଂଗ୍ରାମ କରି 37ବର୍ଷ ଧରି ବନ୍ଦୀ ଜୀବନ କଟାଇ ଥିଲେ। ଇଂରେଜ ସରକାର ସୁରେନ୍ଦ୍ର ସାଏଙ୍କୁ ଧରିବା ପାଇଁ 250ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ସମ୍ବଲପୁରର ଦୁଇଜଣ ବିଶ୍ୱାସ ଘାତକଙ୍କ ଯୋଗୁଁ ପୁନର୍ବାର ଜେଲ ଯାଇ ବନ୍ଦୀ ଅବସ୍ଥାରେ ମଧ୍ୟପ୍ରଦେଶର ଅସିରଗଡ ଦୁର୍ଗରେ 28ଫେବୃୟାରୀ 1884ରେ ମୃତ୍ୟୁ ବରଣ କରିଥିଲେ ।

ଓଡ଼ିଶାର ଦୁଇ ଜଣ ବୀର ପୁରୁଷଙ୍କ ଜୀବନ ଆଦର୍ଶ ,ତ୍ୟାଗ, ପରାକାଷ୍ଠା ଓ ସମାଜର ମଙ୍ଗଳ ପାଇଁ ଦୃଷ୍ଟି କୋଣ ନେଇ ଆଜିର ଯୁବ ସମାଜ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ଆଗେଇ ଆସିଲେ ତାହାହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।ପ୍ରଶାସନିକ ସ୍ତରରେ ଦୁଇ ବରପୁତ୍ରଙ୍କ ଜୟନ୍ତୀ ପାଳନ ହୋଇ ନଥିବାବେଳେ ମାଲ୍ୟାର୍ପଣ ପାଇଁ ପ୍ରତିମୂର୍ତ୍ତି ଟିଏ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିବ ବିଶ୍ୱାଳ,ବନ ନନ୍ଦ, ମଧୂସୁଦନ ସାହୁ, କୃଷ୍ଣ ମିଶ୍ର ,ପ୍ରଶାନ୍ତ କୁମାର ବେହେରା, ପ୍ରଶାନ୍ତ ପ୍ରଧାନ, ମନୋଜ ଚୌଧୁରୀ, ଅନିରୁଦ୍ଧ ବେହେରା, ଶ୍ୟାମବନ୍ଧୁ ମହାରଣା,ପ୍ରଭାକର ପାଳ ,ସଚିଦାନନ୍ଦ ପଟନାୟକ,ଉମେଶ ପାତ୍ର,ସୋମନାଥ ସାହୁ,ପିତାମ୍ବର ମିଶ୍ର,ଭୀମସେନ ମିଶ୍ର ପ୍ରମୁଖ ଦୁଇ ମହାନ ବରପୁତ୍ରଙ୍କ ସ୍ମୃତି ଚାରଣ କରିଥିଲେ ।

Exit mobile version