ବାଙ୍କୀର ୩ଜଣ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧନା

୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଳକ ଅନ୍ତର୍ଗତ ବାଆଁରା ଶ୍ରୀ ସୁବୁଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ଓ ଶ୍ରୀ ସୁବୁଦ୍ଧେଶ୍ୱର ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ପ୍ରଭୁ ଶ୍ରୀ ସୁବୁଦ୍ଧେଶ୍ୱର ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଙ୍କୀର ୩ଜଣ ସାରସ୍ୱତ ସାଧକ ବାଙ୍କୀ ମହୋତ୍ସବ ସ୍ମରଣିକା କମିଟିର ସଂପାଦକ କୌଶିକ ନାୟକ,

କବି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ପ୍ରାବନ୍ଧିକ ପ୍ରାଧ୍ୟାପକ ପ୍ରଦୀପ କୁମାର ବେଉରାଙ୍କୁ ଅନୁଷ୍ଠାନ ତରଫରୁ ଉପଢ଼ୌକନ ଓ ଶ୍ରୀସୁବୁଦ୍ଧେଶ୍ୱରଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗୌରାଙ୍ଗ ଚରଣ ରାଉତ, ସୁକାନ୍ତ ଦାସ, ସଂଗ୍ରାମ ରାଉତ, ସଂଜୟ କୁମାର ରାଉତ ପ୍ରମୁଖ ବହୁ ଅତିଥି ଯୋଗଦାନ କରିଥିଲେ ।

Exit mobile version