ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବାଙ୍କୀ କଚେରୀ ପଡିଆରେ ଅଭ୍ୟାସ ପ୍ୟାରେଡ୍

୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଆସନ୍ତା ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବାଙ୍କୀ କଚେରୀ ପଡିଆ ଠାରେ ଆଜି ଉପଖଣ୍ଡ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ଏନ୍‌.ସି.ସି , ସ୍କାଉଟ୍‌, ରୋଭରରେଞ୍ଜର, ଆମ୍ବେଦକର ଛାତ୍ରାବାସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭ୍ୟାସ ପ୍ୟାରଡ୍ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସୂଚନା ଲୋକସପଂର୍କ ବିଭାଗ ଅଧିକାରୀ କାଳୀଚରଣ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ୟାରେଡରେ କ୍ୟାପଟେନ୍ ଗୁରୁବାରୀ ସାହୁ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ପ୍ୟାରେଡରେ ବାଙ୍କୀ କଲେଜ୍ ମହିଳା ଏନ୍‌.ସି.ସି ଅଧିକାରିଣୀ ଅଧ୍ୟାପିକା ସାଗରିକା ଦାସ, ବି.କେ.ବିଦ୍ୟାପୀଠ ଏନ୍‌.ଏସି.ସି ଅଧିକାରୀ , ସରକାରୀ ବାଳିକା ହାଇସ୍କୁଲ ଏନ୍‌.ସି.ସି ଅଧିକାରୀ ଜୟନ୍ତୀ ଗୋଚ୍ଛି ପ୍ରଭୃତି ଉପସ୍ତିତ ରହି ପ୍ୟାରେଡ୍ ପରିଚାଳନା କରିଥିଲେ ।

Exit mobile version