ବାଙ୍କୀ କଲେଜରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳନ

 
୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜ ପରିସରରେ ସ୍ଥାପିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୁରାତନ ଛାତ୍ର ସଂସଦର ସଂପାଦକ ବୃନ୍ଦାବନ ପ୍ରଧାନଙ୍କ ତତ୍ତ୍ୱାବଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର,

ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ , ଅଧ୍ୟାପକ ଯୋଗୀନାଥ ମଲ୍ଲିକ, କ୍ୟାପଟେନ୍ ଗୁରୁବାରୀ ସାହୁ ପ୍ରମୁଖ ଯୋଗଦାନ କରି ନେତାଜୀଙ୍କ ବୀରତ୍ୱ ଓ ଦେଶଭକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାରା ଦେଶରେ ଆଜି ପରାକ୍ରମ ଦିବସ ଭାବେ ପାଳିତ ହେଉଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ରୋଭର ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version