ବାଙ୍କୀ ରେ ପାଇପ୍ ଚୋରୀ କେସରେ ୬ଗିରଫ

୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଠାରେ ବୃହତ୍ତ ଜଳଯୋଗାଣ ପାଇଁ ରଖାଯାଇଥିବା ପାଇପ୍ ଗୁଡିକ ଚୋରି କରିନେଇଥିବା ଆସାମୀ ସାନ୍ତନୁ ତ୍ରିପାଠୀ (୨୧), ଧରଣୀଧର ନାୟକ ଆଲିଆସ୍ ପପୁ (୨୫) ପିତବାସ ନାଏକ ଆଲିଆସ୍ ଟିକିନା (୨୩) କୈବଲ୍ୟ ବେହେରା ଆଲିଆସ୍ ଜଗା (୨୩) ବିକାଶ ବେହେରା ଆଲିଆସ୍ ମୁନା (୨୩) ସୁରେନ୍ଦ୍ର ସେନାପତି ଆଲିଆସ୍ ସୁରିଆ (୩୭) ବାଙ୍କୀ ପୋଲିସ୍ ଦିଲ୍ଲିପ୍ କୁମାର ମଦ୍ଦରାଜ ଭୂୟାଁ ଗିରଫ କରି ବାଙ୍କୀ କୋର୍ଟକୁ ଚାଲଣ କରିଛନ୍ତି । ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବାଙ୍କୀ ଉପଖଣ୍ଡ କାରାଗାରାକୁ ପଠାଇ ଦିଆଯାଇଛି ।

ଏମାନଙ୍କର ଘର ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ଅନ୍ତର୍ଗତ । ବାଙ୍କୀ ପୋଲିସ୍ ଦୁର୍ବୁତମାନେ ବ୍ୟବହାର କରୁଥିବା ବୋଲେର ନଂ ଓଡ଼ି-୦୨ଟି୪୬୨୯ହୁଣ୍ଡାଇକାର୍ ଓଡ଼ି-୦୨ସି.କେ-୩୫୪୧ ଏବଂ ଗୋଟିଏ ବିଭୋ ମୋବାଇଲ୍ ଫୋନ୍ ଜବତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କମ୍ପାନୀର ମ୍ୟାନେଜର ଶ୍ରୀ ନାୟକ ଗତ ୯ତାରିଖରେ ତାଙ୍କ କମ୍ପାନୀର ଜଗୁଆଳି ପ୍ରକାଶ ନାୟକ , ସୁମନ୍ତ ଭୋଇ ରାତିରେ ସେମାନଙ୍କୁ ବାଡାଇ, ପିସ୍ତଲ ଦେଖାଇ, ତାଙ୍କ ଗୋଡ ହାତ ବାନ୍ଧି ପକାଇଥିଲେ ।

ସେମାନଙ୍କ ଠାରୁ ଦୁର୍ବୁତମାନେ ମୋବାଇଲ୍ ଫୋନ୍ ନେଇଯାଇଥିଲେ । ତା’ରେ ସେଠାରେ ଥିବା ଡିଆଇ ପାଇପ୍ ଗୁଡିକୁ ଟ୍ରକରେ ଲୋକଙ୍କ ଦ୍ୱାରା ଲୋଡ କରି ଫେରାର୍ ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ମ୍ୟାନେଜର ଶ୍ରୀ ନାୟକ ତାଳବସ୍ତ ଫାଣ୍ଡିରେ ଲିଖିତ ଅଭିଯୋଗ କଲାପରେ ପୋଲିସ୍ ବାଙ୍କୀ ଥାନାରେ କେସ୍ ନଂ ୯ ଦଫା ୩୧୦(୨) ବି.ଏନ୍‌.ଏସ୍‌. ଦଫା ୨୫/୨୭ଆକ୍ଟରେ ମାମଲା ରୁଜୁକରି ଆସାମୀମାନଙ୍କର ସନ୍ଧାନ ନେଇ ଗିରଫ କରିବାରେ ସଫଳ ହୋଇଥିଲା । ଏହି ଦୁର୍ବୁତମାନଙ୍କର ବାହାର ପ୍ରଦେଶର ଚୋରମାନଙ୍କ ସହିତ ସଂପର୍କ ଥିବା ଥାନା ସୂତ୍ରରୁ ପ୍ରକାଶ ।

Exit mobile version