ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ଜାଗୃତି ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ

୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ପିପିଲି  :-  ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀରସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ ଅବସରରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ଆଜି ପିପିଲି ବ୍ଲକ୍ ନିକଟସ୍ଥ ସେଣ୍ଟ ଜାଭିୟର୍ସ ସ୍କୁଲ ଠାରେ ସୁବାଷ ଚନ୍ଦ୍ର ବୋଷ ଓ ବୀରସୁରେନ୍ଦ୍ର ସାଏ ପରିକ୍ରମା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ର ସଭାପତି ପ୍ରଭାତ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପିଲି ଥାନା ଅଧିକାରୀ ସୈମେନ୍ଦୁ ଶେଖର ତ୍ରିପାଠୀ ଯୋଗୋଦେଇଥିଲେ।

ପିପିଲି ସେଣ୍ଟ ଜାଭିୟର୍ସ ସ୍କୁଲ ଠାରେ ପରିକ୍ରମା ଦିବସ ରେ ଜାଗୃତି ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା କରାଯାଇଛି। ସଂଗଠନର ଆଗକୁ ହେବାକୁ ଥିବା ଜାଗୃତି ମହୋତ୍ସବ ମାର୍ଚ୍ଚ ୩୦/୩୧ ଓ ଏପ୍ରିଲ ୧ ତାରିଖ ପୂର୍ବରୁ ଏହି ସ୍କୁଲ୍ ସ୍ଥରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ରେ ୧୫୦ ଛାତ୍ରଛାତ୍ରୀ ଭାଗନେଇଥିଲେ। ସଂଗୀତ, ନୃତ୍ୟ,ବକ୍ତୁତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ରେ ପିପିଲି ବ୍ଲକ୍ ଅନ୍ତର୍ଗତ ୧୫ ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।

ସେମାନଙ୍କ ମଧ୍ୟରୁ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ମାର୍ଚ୍ଚ ୩୦/୩୧ ଓ ଏପ୍ରିଲ ୧ ରେ ହେବାକୁ ଥିବା ଜାଗୃତି ମହୋତ୍ସବ ରେ ପୁରସ୍କୃତ କରାଯିବାକୁ ରହିଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ରାମଚନ୍ଦ୍ର ଦାଶ, ସାହିତ୍ୟକ ଅଜୃନ ଘଡେ଼ଇ, ଡଃ ସଚ୍ଚିକାନ୍ତ ନାୟକ, ଇଂଜିନିୟର ରମେଶ ଚନ୍ଦ୍ର ସତପଥୀ, ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଲୋକନାଥ ସେଠୀ,

ଶିକ୍ଷାବିତ ରମାକାନ୍ତ ନାୟକ, ନାଟ୍ୟକାର ସୁରେନ୍ଦ୍ର ପୁଷ୍ପାଳକ,ସଙ୍ଗଠିକା କଳ୍ପନା ଦାଶ, ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର, ଗଙ୍ଗାଧର ସାର୍, ଗାୟିକା ଜୟଶ୍ରୀ ମହାପାତ୍ର,ଅଜୟ ଆଚାର୍ଯ୍ୟ, ସସ୍ମିତା ରାଉତରାୟ,ଲିଜା ପ୍ରଧାନ, ପୂଜା ସ୍ଵାଇଁ, ମନୋରମା ସାହୁ ଇତ୍ୟାଦି ଯୋଗୋଦେଇଥିଲେ। କୁଇଜ୍ ପ୍ରତିଯୋଗିତା ପରିଚାଳନା କରିଥିଲେ ଆଶିଷ ରଂଜନ ଜେନାମଣି ଓ ମୁନୁ ଅଗ୍ରୱାଲ କରିବା ସହିତ ଶିକ୍ଷାବିତ ଅଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିଭିୟର ହାଇସ୍କୁଲ ପ୍ରିନିସପାଲ ସ୍ମିତା ରାଣୀ ମିଶ୍ର ଓ ସଂଗଠନ ର ବିକାଶ ଅଗ୍ରୱାଲ ମୁନୁ ଅଗ୍ରୱାଲ,ବାପୁ ବେହେରା ପରିଚାଳନା କରିଥିଲେ । ପିପିଲି କଲେଜ୍ ଏନ୍, ସି,ସି ବିଭାଗର ଛାତ୍ରଛାତ୍ରୀ,ସେଣ୍ଟ ଜାଭିୟର୍ସ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।

Exit mobile version