୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ବଡ଼ତୋଟା ଖେଳପଡିଆରେ ଅନୁଷ୍ଠିତ ହେଉଥିବା ୧୦ମ ମା ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ପାଟବନ୍ଧ କ୍ରିକେଟ କ୍ଲବ ଓ ରମ୍ଭାବିଲ କ୍ରିକେଟ କ୍ଲବ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ରମ୍ଭାବିଲ ଦଳ ବିଜୟ ଲାଭ କରି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚରେ ପାଟବନ୍ଧ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୧୪.୩ ଓଭରରେ ୭୪ ରନ କରି ଅଲଆଉଟ୍ ହୋଇଥିଲା ।
