23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭାରତର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାନ୍ ବିପ୍ଳବୀମାନେ ନେତୃତ୍ୱ ନେଇ ସଂଗ୍ରାମ ରଥର ସାରଥି ସାଜିଥିଲେ, ସେମାନଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଅଗ୍ରଗଣ୍ୟ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ବିଦ୍ରୋହର କର୍ଣ୍ଣଧାର, ସମାଜ ସଂସ୍କାରକ, ଦୟାର ଅବତାର ଏବଂ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜଣେ ଶ୍ରେଷ୍ଠ ବୀର ବିପ୍ଳବୀ ଯୁଗପୁରୁଷ । ଏହି ବିପ୍ଳବୀ ଯୋଗଜନ୍ମା ଯୁଗପୁରୁଷଙ୍କ ଉଦ୍ଦେଶ୍ୟରେ ଶାନ୍ତିନିକେତନଠାରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ୧୯୩୭ ମସିହାରେ ସମ୍ବର୍ଦ୍ଧିତ କରି କହିଥିଲେ-‘ମୁଁ ବଙ୍ଗଳାର କବି ହୋଇ ତୁମକୁ ଦେଶନାୟକ ପଦରେ ବରଣ କରୁଛି ।’

