23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ମାଧ୍ୟମରେ ସରକାରଙ୍କ ତରଫରୁ ବି.ଏସ୍.ସରକାରୀ ଉଚ୍ଚନୋଡାଲ୍ ବିଦ୍ୟାଳୟରେ ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ରଗଡି କ୍ଲଷ୍ଟର ଅନ୍ତର୍ଗତ ୧୫ଟି ବିଦ୍ୟାଳୟର ୧୫୧ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ସେମାନଙ୍କର ଚକ୍ଷୁପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୮୦ଜଣ ଛାତ୍ରଚାତ୍ରୀ ଚଷମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୪ଜଣଙ୍କୁ ଉଚ୍ଚଚିକିତ୍ସା ନିମନ୍ତେ ପରାମର୍ଶ ଦିଆଯାଇଥିଲା ।
