ପ୍ରକୃତିବନ୍ଦୁ ଆଦର୍ଶ ଶିକ୍ଷକଙ୍କୁ ‘ସମାଜ ସାରଥୀ’ ସମ୍ମାନ

23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :-  ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୯ମ ବାର୍ଷିକ ଉତ୍ସବ ୨୦୨୫ ପାଳନ ଅବସରରେ ଢଁସର ଗ୍ରାମ ପଂଚାୟତର ଆଦର୍ଶ ଶିକ୍ଷକ ବଳରାମ ପାଇକରାୟଙ୍କୁ ‘ସମାଜ ସାରଥୀ’ ସମ୍ମାନରେ ସମ୍ମାନିତ କରାଯାଇଛି । ନାଗରିକ ସଂଘର ୯ମ ବାର୍ଷିକ ଉତ୍ସବ ୨୦୨୫ପାଳନ ଅବସରରେ ତାଙ୍କୁ ଫୁଲତୋଡା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଶ୍ରୀ ପାଇକରାୟଙ୍କ ପେସା ଶିକ୍ଷକତା କିନ୍ତୁ ନିଶା ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା , ବୃକ୍ଷରୋପଣ ସହିତ ନିଜେ ଚାରା ପ୍ରସ୍ତୁତ କରି ବିନା ମୂଲ୍ୟରେ ବଣ୍ଟନ କରିବା । ଏହି ମହତ କାର୍ଯ୍ୟପାଇଁ ଇଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ପକ୍ଷରୁ ୨୦୨୦ମସିହାରେ ତାଙ୍କୁ ‘ପ୍ରକୃତିବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି ।

Exit mobile version