
23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :-> ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ ଆଜି ପୁରୀର ନେତାଜୀ ସଂଗ୍ରାହାଳୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସଂଗ୍ରାହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କୁ ନେତାଜୀଙ୍କ ଜୀବନୀ ଉପରେ ଆଲୋକପାତ କରାଇଥିଲେ l

