କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ପାଳନ

23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି  :- ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ , ଜେ. ଆର୍. ସି. ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ବାବଧାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାଳୟରେ ଥିବା ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଜନ ସଚେତନତା ପାଇଁ ପଟୁଆରରେ ବାହାରି ନଗର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଣୁ ଛାତ୍ର ଛାତ୍ରୀ ମାନେ ”ସଡ଼କ ସୁରକ୍ଷା ଜୀବନ ରକ୍ଷା” ହେଲମେଟ ପିନ୍ଧ ଗାଡ଼ି ଚଳାଅ” ଆଦି ସ୍ଲୋଗାନ ଦେଇ ଏବଂ ସଙ୍ଗୀତ ଗାଇ ଗାଇ ପରିକ୍ରମା କରିଥିଲେ । ହେଲମେଟ ପିନ୍ଧିବା ଦ୍ବାରା ଜୀବନ ସୁରକ୍ଷିତ ହୋଇପାରିବ ଏବଂ ଟ୍ରାଫିକ ନିୟମ ପାଳନ କରିବାକୁ ମଧ୍ୟ ଅବଗତ କରାଯାଇଛି ।

Exit mobile version