23ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଦଳକଷୋଟି ଗ୍ରାମ ନୀଳକଣ୍ଠ ସରକାରୀ ଉ.ପ୍ରା. ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିଷୟତ୍ରୀ ଶ୍ରୀମତି ସଂଯୁକ୍ତା ସାହୁଙ୍କ ସଭାପତିତ୍ଵର ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ସଭାରେ ଯୋଗ ଦେଇଥିବା ଅତିଥିଗତା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଟିଭି ଉପସ୍ଥାପିକା ଇତିଶ୍ରୀ ନାୟକ କହିଥିଲେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନଯାପନ ସହିତ ଗୁରୁଜନ ଏବଂ ପିତା ମାତାଙ୍କୁ ସମ୍ମାନ ଦେଲେ ଜୀବନ ରେ ଜଣେ ଜଣେ ଭଲ ମଣିଷ ହୋଇ ପାରିବେ ।
