Home ଓଡ଼ିଶା ଏକ-ଆଶା ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦେବଗଡ଼ :- ଅଗ୍ରଣୀ ଦାତବ୍ୟ ଓ ସାମାଜିକ ଅନୁଷ୍ଠାନ ଏକ-ଆଶା ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ନିକଟରେ ମହାସମାରୋହରେ ପାଳନ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଅସାମାନ୍ୟ ପାରଦର୍ଶିତା ପ୍ରଦର୍ଶନ ଏବଂ ବିଜ୍ଞାନ ଜଗତରେ ଅସାଧାରଣ କୁଶଳତାର ପ୍ରଦର୍ଶନୀକୁ ଆଧାର କରି ଆୟୋଜିତ ଏହି ମହୋତ୍ସବକୁ ନେଇ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଅହେତୁକ ଆଗ୍ରହ, ଅଦ୍ଭୁତପୂର୍ବ ଉତ୍ସାହ, ଅପରିସୀମ ଉତ୍କଣ୍ଠା ଏବଂ ଅଦମ୍ୟ ଉଦ୍ଦୀପନା ଦେଖାଯାଇଥିବା ଲକ୍ଷ୍ୟ କରାଯାଇଥିଲା । କ୍ରୀଡ଼ା ଓ ବିଜ୍ଞାନ ଯୁବ ମସ୍ତିସ୍କକୁ ସାମଗ୍ରିକ ବିକାଶ ଦିଗରେ ଅଗ୍ରସର କରାଇ ସେମାନଙ୍କର ଭବିଷ୍ୟତକୁ ଏକ ପ୍ରଜ୍ବଳିତ ବହ୍ନିରେ ପରିଣତ କରିପାରେ ବୋଲି ଏହି ଭବ୍ୟ କାର୍ଯ୍ୟକ୍ରମରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇ ଯାଇଛି। ଏହି ସମାବେଶରେ ଏକ-ଆଶା ବିଦ୍ୟା ବନମ ଓ ଥିଙ୍କ ସେଣ୍ଟରର ୨୦୦ ଜଣ ଛାତ୍ରଛାତ୍ରୀ, ୧୫୦ ଜଣରୁ ଉର୍ଦ୍ଧ୍ବ ଅଭିଭାବକ, ୨୫୦ ଜଣରୁ ଉର୍ଦ୍ଧ୍ବ ଗ୍ରାମବାସୀ, ବହୁ ସ୍ବେଛସେବୀ, ନିକଟସ୍ଥ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀ ଏବଂ ୫୦ ଜଣ ସମ୍ମାନିତ ଅତିଥିଙ୍କୁ ମିଶାଇ ମୋଟ ୬୦୦ ରୁ ଉର୍ଦ୍ଧ୍ବ ଆଗନ୍ତୁକ ଯୋଗ ଦେଇଥିବା ଜଣା ଯାଇଥିଲା। ଓଡ଼ିଶାର ଦେବଗଡ଼ର ଏକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଝରାଗୋଗୁଆ ଗ୍ରାମରେ ଏକ-ଆଶା ଟ୍ରଷ୍ଟ ଦ୍ଵାରା ଏହି ଦୁଇଦିନିଆ ଚିତ୍ତାକର୍ଷକ କ୍ରୀଡ଼ା ଉତ୍ସବ ତଥା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ କେନ୍ଦ୍ରକରି ସମଗ୍ର ଅଞ୍ଚଳଟି ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇ ଉଠିଥିବା ଦେଖା ଯାଇଥିଲା । ଏଭଳି ସରସ, ସୁନ୍ଦର ଓ ସୁରମ୍ୟ ଆସରର ପ୍ରଭାବରେ ଏକ-ଆଶାର ପରିସର, ଶିକ୍ଷା, ସୁସ୍ଥତା ଏବଂ ସୃଜନଶୀଳତାର ଏକ ଜୀବନ୍ତ କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ଅତି ଉଚ୍ଚକୋଟୀର ଥିଲା । ଏଥିରେ ଯୁବ ମସ୍ତିଷ୍କରୁ ନିର୍ଗତ ସଦ୍ୟ ଶକ୍ତି, ସଶକ୍ତ ସ୍ଫୁର୍ତ୍ତି, ମାନସ ମନ୍ଥନ, ପଦାର୍ଥ ବିଜ୍ଞାନର ଯାଦୁଗରୀ କରାମତି, ଆଧୁନିକତା ଉଛ୍ୱାସ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗର ଚମତ୍କାରିତା ଆଧାରିତ ଅଭିନବ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା। କ୍ରୀଡ଼ା ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କର ଦୌଡ଼, ଦଳଗତ ପ୍ରତିଯୋଗିତା ଏବଂ ଆଞ୍ଚଳିକ ପାରମ୍ପରିକ ଖେଳକୁଦ ଦ୍ଵାରା ସେମାନଙ୍କର ଦକ୍ଷତାର ଶ୍ରେଷ୍ଠତ୍ଵକୁ ପ୍ରଦର୍ଶନ କରାଯିବା ଫଳର ସମଗ୍ର ପରିବେଶ ଆନନ୍ଦ, ଉଲ୍ଲାସ ଏବଂ ଉତ୍ସୁକତାର ପ୍ରତିଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା। ସଭାକୁ ସମ୍ବୋଧିତ କରି ସ୍ଥାନୀୟ ସରପଞ୍ଚ ନଳିନୀ କିଷାନ, “ଏକ ବର୍ଷ ପୂର୍ବେ ଯେଉଁଠାରେ ମୋବାଇଲ ଫୋନ ନେଟୱର୍କ ଉପଲବ୍ଧ ହୋଇଥିଲା, ସେ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଏପରି ଏକ ଚମତ୍କାର ସୁଯୋଗ ପ୍ରଦାନ କରା ଯାଉଥିବା ଦେଖିବା ଅତ୍ୟନ୍ତ ରୋମାଞ୍ଚକର” ବୋଲି ଦର୍ଶାଇଥିଲେ। “ଯୋଗ, ମାନବ ପିରାମିଡ୍ ଏବଂ ପାରମ୍ପରିକ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହାକି କେବଳ ଆମେ ଟେଲିଭିଜନରେ ଦେଖୁଛୁ ତାହା ଆମ ପିଲାମାନଙ୍କ ପାଇଁ ଉପଲବ୍ଧ କରାଯିବା ବାସ୍ତବରେ ଅବିଶ୍ବସନୀୟ ବୋଲି ଶ୍ରୀମତୀ କିଷାନ ଉଲ୍ଲେଖ କରିଥିଲେ। ନିଜର ଅଭିଭାଷଣ ପ୍ରଦାନ କରି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ,”ଏକ ଆଶା ଟ୍ରଷ୍ଟର ଏହି ଉତ୍ତମ ପଦକ୍ଷେପ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶାର ଆଲୋକ ବର୍ତ୍ତିକା ସଦୃଶ ସ୍ଥାପନ ହୋଇଥିବା ସୂଚାଇଥିଲେ । ଫଳସ୍ୱରୂପ ଏହା ଗ୍ରାମୀଣ ଏବଂ ସହରାଞ୍ଚଳର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟକୁ ସଙ୍କୁଚିତ କରି ପାରିଛି” ବୋଲି ସେ ମତବ୍ୟକ୍ତ କରିଥିଲେ । ”ଏହିପରି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ବଡ଼ ସ୍ବପ୍ନ ଦେଖିବା ଓ ଏହାକୁ ସାକାର କରିବାର ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଦେବାକୁ ସକ୍ଷମ ହୋଇଥାଏ । ଏକ-ଆଶା ଟ୍ରଷ୍ଟ ବନ କୁସୁମ ଭଳି ପ୍ରସ୍ପୁଟିତ ହୋଇଛି ଏବଂ ଏହି ବଣର ଫୁଲ ଦିନେ ନା ଦିନେ ସୁନିଶ୍ଚିତ ଭାବରେ ଦେବଗଡ଼ର ଗର୍ବ ଓ ଗୌରବ ଭାବରେ ପରିଗଣିତ ହୋଇ ସମଗ୍ର ଜିଲ୍ଲା ପାଇଁ ପ୍ରଶସ୍ତିର ବାହକ ସାବ୍ୟସ୍ତ ହେବ” ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ । ଶ୍ରୀ ବିଶ୍ଵାଳ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିବା ପ୍ରତ୍ୟେକ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରି ବ୍ୟକ୍ତିଗତ ଭାବେ ସମୀକ୍ଷା କରିଥିଲେ ଏବଂ ଯୁବ ବୈଜ୍ଞାନିକମାନଙ୍କୁ ଖୁବ୍ ପ୍ରେରଣା ଯୋଗାଇଥିଲେ । ଏହି ଅବସରରେ ସେ ଏଠାରେ ଏକ-ଆଶା ବିଦ୍ୟା ବନମର ଶିଳାନ୍ୟାସ କରିବା ସହିତ ଉପସ୍ଥିତ ଟ୍ରଷ୍ଟି ଏବଂ ପରିଚାଳନା ବୋର୍ଡର ସଦସ୍ୟମାନଙ୍କ ସହିତ ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପରିଶେଷରେ ପୁରସ୍କାର ବିତରଣ ଅଧିବେଶନରେ ଉଭୟ କ୍ରୀଡ଼ା ଓ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏକ-ଆଶା ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କାଳରେ, ତୃଣମୂଳ ସ୍ତରରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ପାଇଁ ଏହାର ନିରନ୍ତର ପ୍ରୟାସକୁ ପ୍ରାଞ୍ଜଳ ଭାବରେ ପ୍ରଦର୍ଶନ କରା ଯାଇଥିଲା । ବର୍ଷ ପରେ ବର୍ଷ ଶିକ୍ଷା ନେଇ ଅଭିବୃଦ୍ଧି ଏବଂ ଉତ୍ସବ ମାଧ୍ୟମରେ ଉତ୍କର୍ଷର ଅବତାରଣା ପାଇଁ ଏହି ଟ୍ରଷ୍ଟ ଏକ ପ୍ରଶସ୍ତ ତଥା ଉନ୍ନତ ମଞ୍ଚ ପ୍ରଦାନ କରି ଦେବଗଡ଼ର ଜନସମୁଦାୟଙ୍କ ପାଇଁ ଉଜ୍ଜଳ ଭବିଷ୍ୟତର ପ୍ରତିଶ୍ରୁତି ବହନ କରିବା ସହିତ ଯୁବ ପୀଢ଼ିମାନଙ୍କ ହୃଦୟରେ ମହା ପ୍ରେରଣାର ଏକ ବତୀଘର ସାଜି ପାରିଥିବା ପ୍ରତୀୟମାନ ହେଉଛି । Categories: ଓଡ଼ିଶା, ଦେବଗଡ଼, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026