୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ ହେବା ପରେ ଯଥାରିତି ନୀତି ଅନୁଯାୟୀ ପୂର୍ଣ୍ଣାହୁତି ହୋଇଛି l ତିନି ଦିନ ଧରି ଆୟୋଜିତ ଏହି ମହାଯଜ୍ଞରେ ସାମୁହିକ ଜପ ,ଧ୍ୟାନ, ବ୍ୟାୟମ ,ପ୍ରଜ୍ଞାଯୋଗ ,ରୁଦ୍ରାଭିଷେକ ସହ ଗାୟତ୍ରୀ ନବ କୁଣ୍ଡୀୟ ମହାଯଜ୍ଞ ଓ ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ବିଭିନ୍ନ ସଂସ୍କାର ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

