୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ଯତଃ ବୁଡାଗୁଡା ରାସ୍ତା ବନ୍ଧ ଛକ ଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି l ରାସ୍ତାର ଦୁଇ କଡ ରେ ମାଛ ,ମାଂସ ଦୋକାନ ଠାରୁ ଆରମ୍ଭ କରି ପରିବା, ଡ୍ରେସ ,ଓ ଅନ୍ୟାନ୍ୟ ଉଠା ଦୋକାନ ରହିଛି । ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ ଓ ଡାକ ବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା ।

